ହାଇକୋର୍ଟରେ ଭରତପୁର ଥାନା ମାମଲା: ସରକାର ଜାରି କଲେ ସ୍ୱତନ୍ତ୍ର ଏସ୍ଓପି
ଓଏଲ୍ ବ୍ୟୁରୋ: ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଜାରି ରହିଛି। ଏସବୁ ଭିତରେ ବଡ ଖବର ସାମ୍ନାକୁ ଆସିଛି। ହାଇକୋର୍ଟରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ନିର୍ଯାତନା ମାମଲା ଚାଲିଥିବାବେଳେ ସରକାର ସ୍ୱତନ୍ତ୍ର ଏସଓପି ଜାରି କରିଛନ୍ତି। ଥାନାରେ ସେନା ଅଧିକାରୀଙ୍କୁ ଉଚିତ ବ୍ୟବହାର କରିବାକୁ ତାଗିଦ। ମାର୍ଚ୍ଚ ୩୧ ସୁଦ୍ଧା ସବୁ ତଥାନରେ ସିସିଟିଭି ଲଗାଇବାକୁ ନିର୍ଦ୍ଦେଶ। ଆସନ୍ତା ମଙ୍ଗଳବାର କୋର୍ଟରେ ଏନେଇ ପରବର୍ତ୍ତୀ ଶୁଣାଣି ହେବ।
ଅନ୍ୟପଟେ, ନିଲମ୍ବିତ ୫ ପୁଲିସ ଅଧିକାରୀଙ୍କ ସାଇଣ୍ଟିଫିକ୍ ରିପୋର୍ଟ ଆସିଛି। ପୂର୍ବତନ ଆଇଆଇସି ଦୀନକୃଷ୍ଣଙ୍କ ବି ଟେଷ୍ଟ ରିପୋର୍ଟ ଆସିଛି। ପଲିଗ୍ରାଫ ପରୀକ୍ଷା ସହ ନାର୍କୋ ଓ ବ୍ରେନ୍ ମ୍ୟାପିଂ ରିପୋର୍ଟ ଆସିଛି। ରିପୋର୍ଟ ଆସିବା ପରେ ତଦନ୍ତକାରୀ ଟିମ୍ ତର୍ଜମା ଆରମ୍ଭ କରିଛି। ମୋବାଇଲ ଫୋନର ଫରେନସିକ ରିପୋର୍ଟକୁ ଅପେକ୍ଷା କରାଯାଇଛି।
ସୂଚନା ଅନୁସାରେ, ଭରତପୁର ଥାନା ମାମଲାରେ ସମ୍ପୃକ୍ତ ସମସ୍ତ ପକ୍ଷ ନଭେମ୍ବର ୧୪ରେ ହାଜର ହେବେ। ତଦନ୍ତ କମିଶନଙ୍କ ନିକଟରେ ହାଜର ହୋଇ ନିଜ ପକ୍ଷ ରଖିବାକୁ କମିଶନ ନିର୍ଦେଶ ଦେଇଛନ୍ତି। ମେଜର ଓ ବାନ୍ଧବୀଙ୍କୁ ହାଜର ହେବା ପାଇଁ ନୋଟିସ ଜାରି ହୋଇଥିବାବେଳେ ୫ ପୁଲିସ କର୍ମୀ ଓ ୭ ଯୁବକଙ୍କୁ ମଧ୍ୟ ହାଜର ହୋଇ ନିଜ ପକ୍ଷ ରଖିବାକୁ କମିଶନ ନିର୍ଦେଶ ଦେଇଛନ୍ତି।