Odisha Link
Bridging the Missing Links in Odisha

ପାର୍ବଣରେ ରେକର୍ଡ କଲା ରେଳ ବିଭାଗ, ଗଡ଼ିଲା ୭୭୦୦ ସ୍ବତନ୍ତ୍ର ଟ୍ରେନ୍

ଓଏଲ୍‌ ବ୍ୟୁରୋ: ପାର୍ବଣ ବେଳେ ରେଳବାଇର ସ୍ବତନ୍ତ୍ର ଟ୍ରେନ ଚଳାଚଳ ବ୍ୟବସ୍ତା ରେକର୍ଡ କରିଛି। ଗତବର୍ଷ ୪୫୦୦ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରିଥିବାବେଳେ ଏବର୍ଷ ୭୭୦୦ ସ୍ବତନ୍ତ୍ର ଟ୍ରେନ ଚଳାଇଥିଲା ପୂର୍ବତଟ ରେଳବାଇ। ଅକ୍ଟୋବର ୧ରୁ ନଭେମ୍ବର ୫ ମଧ୍ୟରେ ୬୫ ଲକ୍ଷ ଯାତ୍ରୀ ଏହି ଟ୍ରେନ୍‌ରେ ଯାତାୟାତ କରିଛନ୍ତି। ଏହି ସମୟରେ କେବଳ ବିହାର, ପୂର୍ବ ଉତ୍ତର ପ୍ରଦେଶ ଓ ଝାଡ଼ଖଣ୍ଡକୁ ସାଢେ ୭କୋଟି ଯାତ୍ରୀ ଯାତ୍ରା କରିଛନ୍ତି। ଶୃଙ୍ଖଳିତ ଯାତ୍ରୀ ପରିବହନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା ରେଳ ବିଭାଗ। ଏଥିପାଇଁ କଟକ, ଖୋର୍ଦ୍ଧା, ସମ୍ବଲପୁର ସମେତ ବିଭିନ୍ନ ଷ୍ଟେସନରେ ବିଶେଷ ବ୍ୟବସ୍ଥା କରାଯାଇଥିଲା।

ଭିଡ଼ ପରିଚାଳନା ଓ ଯାତ୍ରୀ ନିରୀକ୍ଷଣ ବ୍ୟବସ୍ଥା ଦୃଷ୍ଟିରୁ ବିରାଟ ହୋଲ୍‌ଡିଂ ଏରିଆ କରାଯାଇଥିଲା। ସବୁ ଷ୍ଟେସନ ବାହାରେ ହୋଇଥିବା ହୋଲ୍‌ଡିଂ ଏରିଆରେ ଟିକେଟ କାଟିବାର ବ୍ୟବସ୍ଥା କରି ଭିଡ଼କୁ ରୋକିପାରିଥିଲା ରେଳବାଇ। ରେଳ ଷ୍ଟେସନ ବାହାରେ ଓ ଭିତରେ RPF ଓ GRP କର୍ମଚାରୀମାନେ ସର୍ବଦା କାର୍ଯ୍ୟରତ ଥିଲେ। ଟିକେଟ କାଟିବା ବେଳେ ଓ ଟ୍ରେନ୍‌ରେ ପ୍ରବେଶ କରିବା ବେଳେ ଧାଡ଼ି ବ୍ୟବସ୍ଥାର ସଂଗଠିତ ପରିଚାଳନା ଯୋଗୁଁ ଅଯଥା ବିଶୃଙ୍ଖଳାକୁ ଦୂରେଇବା ସହ ଯାତ୍ରୀ ସୁବିଧାକୁ ଧ୍ୟାନ ଦିଆଯାଇଥିଲା।

Leave A Reply

Your email address will not be published.