Odisha Link
Bridging the Missing Links in Odisha

ଶିମିଳିପାଳରେ ବୁଲୁଛି ‘ଯମୁନା’, ଶିକାର ପାଇଁ ଧାଉଁଛି ୬କିମି

ଓଏଲ୍‌ ବ୍ୟୁରୋ: ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରୁ ବାହାରି ମହାବଳ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି। ଯମୁନା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ଚଳଚଞ୍ଚଳ ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି। ବାଘୁଣୀ ‘ଯମୁନା’ ଶିକାର ପାଇଁ ଏନକ୍ଲୋଜରରୁ ବାହାରି ଶିକାର ଖୋଜୁଛି। ଶିକାର ଅନ୍ବେଷଣରେ ଦିନକୁ ୫ରୁ ୬କିମି ବୁଲୁଛି। GPS ଟ୍ରାକିଂ ମାଧ୍ୟମରେ ରଖାଯାଉଛି ନଜର।

ସୂଚନା ଅନୁସାରେ, ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ରାଜ୍ୟ ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଏକ ମହାବଳ ବାଘୁଣୀ ଯମୁନାକୁ ଗତ୨୭ ତାରିଖରେ ଅଣାଯାଇଥିଲା। ବନ ବିଭାଗର ତାମିଲପ୍ରାପ୍ତ ଏକ ଟିମ୍‌ ମହାରାଷ୍ଟ୍ର ଗସ୍ତକରି ୨ବର୍ଷ ୭ମାସର ଏହି ବାଘୁଣୀକୁ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ଦୀର୍ଘ ୯୦୦ କି.ମି. ପଥ ଅତିକ୍ରମକରି ଆଣିଥିଲେ। ପରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର କବାଟଘାଇ ରେଞ୍ଜ ଅଞ୍ଚଳର ଏକ ଅସ୍ଥାୟୀ ଏନ୍‌କ୍ଲୋଜରରେ ରଖାଯାଇ ତା’ର ଗତିବିଧି ନିରୀକ୍ଷଣ କରାଯାଉଛି।

Leave A Reply

Your email address will not be published.