Odisha Link
Bridging the Missing Links in Odisha

ବିମାନରେ ବୁଲିବେ ମନ୍ତ୍ରୀ, ଜାରି ହେଲା ବିଜ୍ଞପ୍ତି

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୪ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏଏସବୁ ଭିତରେ ପୂର୍ବ ସରକାରର ବିଭିନ୍ନ ଯୋଜନାକୁ ପରିବର୍ତନ କରିବାରେ ଲାଗି ପଡିଛି ନୂଆ ସରକାର। ଏହା ସହ ପୂର୍ବ ସରକାରରେ ଅଯଥା ଖର୍ଚ ହେଉଥିବା ପଇସାକୁ ସଂଚୟ କରିବାରେ ଆଗଭର ହେଉଥିବା ସରକାର ବିମାନ ଯାତ୍ରାରେ ଖର୍ଚ୍ଚକାଟ କରିବାକୁ ନିଷ୍ପତି ନେଇଥିଲେ। ହେଲେ ଏବେ ପୁଣି ମନ୍ତ୍ରୀଙ୍କ ବିମାନ ଯାତ୍ରା ପାଇଁ ଅନୁମତି ମିଳିଛି।

ବିବାଦରେ ରହିଥିବା ପୂର୍ବ ସରକାରର ବିମାନ ଯାତ୍ରା ପ୍ରସଙ୍ଗକୁ ନେଇ ବିରୋଧୀ-ଶାସକଙ୍କ ମଧ୍ୟ ଟଣାଓଟରା ଚାଲିଥିବାବେଳେ ଗୃହ ବିଭାଗ ପକ୍ଷରୁ ବିମାନ ଯାତ୍ରାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ଓ ରାଷ୍ଟ୍ର ମନ୍ତ୍ରୀ ବିମାନ ଯାତ୍ରା କରିପାରିବେ। ତେବେ କେବଳ ଅଫିସିଆଲ ବା ସରକାରୀ କାର୍ଯ୍ୟରେ ବିମାନ ବ୍ୟବହାର କରିପାରିବେ ବୋଲି ଉଲ୍ଲେଖ ହୋଇଛି।

Leave A Reply

Your email address will not be published.