Odisha Link
Bridging the Missing Links in Odisha

୬ ବର୍ଷ ପରେ ସେଞ୍ଚୁରିଅନରେ ଖେଳିବ ଭାରତ, ଏହି ଷ୍ଟାର ଖେଳାଳି ଟିମ୍‌ ଇଣ୍ଡିଆ ପାଇଁ କରିବେ ଡେବ୍ୟୁ

ଓଏଲ୍‌ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ୩ୟ ମୁକାବିଲା ଆଜି ସେଞ୍ଚୁରିଅନରେ ଖେଳାଯିବ। ସୁପରସ୍ପୋର୍ଟ ପାର୍କ ଷାଡିୟମ୍‌ରେ ଭାରତୀୟ ସମୟ ରାତି ୮ଟା ୩୦ରେ ଖେଳାଯିବ ଏହି ମୁକାବିଲା। ସବୁଠୁ ବଡ଼କଥା ହେଲା ଭାରତୀୟ ଦଳ ୬ ବର୍ଷ ପରେ ସେଞ୍ଚରିଆନରେ ଖେଳିବ। ଶେଷଥର ପାଇଁ ୨୦୧୮ ମସିହାରେ ଖେଳିଥିଲା ଭାରତ। ଆଉ ସେହି ମ୍ୟାଚରେ ୬ ଓ୍ବିକେଟରେ ପରାଜିତ ହୋଇଥିଲା ଟିମ୍‌ ଇଣ୍ଡିଆ।

୪ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ ବର୍ତ୍ତମାନ ୧-୧ରେ ବରାବର ଅଛି। ଭାରତ ପ୍ରଥମ ମ୍ୟାଚକୁ ୬୧ ରନ୍‌ରେ ବିଜୟୀ ହୋଇଥିବା ବେଳେ ଦକ୍ଷିଣ ଆଫ୍ରିକା ଦ୍ବିତୀୟ ମ୍ୟାଚକୁ ୩ ଓ୍ବିକେଟରେ ଜିତି ନେଇଥିଲା। ଆଜିର ମ୍ୟାଚ୍‌ ଉଭୟ ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ। ସିରିଜ ହାତେଇବାକୁ ହେଲେ ଆଜିର ମ୍ୟାଚ ଜିତିବାକୁ ଦୁଇ ଦଳ ପ୍ରୟାସ କରିବେ ନିଶ୍ଚୟ। ସିରିଜର ଶେଷ ମୁକାବିଲା ନଭେମ୍ବର ୧୫ ତାରିଖରେ ଜୋହାନ୍ସବର୍ଗରେ ଖେଳାଯିବ।

ଦ୍ବିତୀୟ ଟ୍ବେଣ୍ଟି-୨୦ ବ୍ୟାଟିଂ ବିଫଳତାକୁ ନ ଦୋହରାଇବା ପାଇଁ ସୂର୍ଯ୍ୟକୁମାରଙ୍କ ଦଳ ଲକ୍ଷ୍ୟ ରଖିଛି। ସେଞ୍ଚୁରିଅନ ପଡ଼ିଆ ସମସ୍ତ ‌ଭାରତୀୟ ଖେଳାଳିଙ୍କ ପାଇଁ ନୂଆ। ତେଣୁ ନୂଆ ପିଚ୍‌ରେ ବିଜୟ ଧାରାକୁ ଫେରିବା ଭାରତୀୟ ଖେଳାଳିଙ୍କ ପାଇଁ ଆହ୍ବାନପୂର୍ଣ୍ଣ ରହିବ। ୨୦୦୯ ମସିହା ପରଠୁ ଭାରତ ଏଠାରେ ମାତ୍ର ଗୋଟିଏ ଟ୍ବେଣ୍ଟି-୨୦ ଖେଳିଛି। ୨୦୧୮ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଭାରତ ୬ ୱିକେଟ୍‌ରେ ପରାଜିତ ହୋଇଥିଲା। ସେହି ଦଳରେ ବର୍ତ୍ତମାନର ସଦସ୍ୟଙ୍କ ଭିତରୁ କେବଳ ହାର୍ଦିକ ପାଣ୍ଡ୍ୟା ଖେଳିଥିଲେ। ତେବେ ଆଜି ରମଣଦୀପ ସିଂ ଭାରତ ପାଇଁ ଡେବ୍ୟୁ କରିବାର ସମ୍ଭାବନା ରହିଛି। ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିବା ଅଭିଷେକଙ୍କୁ ବିଶ୍ରାମ ଦେଇ ତିଳକ ବର୍ମାଙ୍କୁ ସଂଜୁଙ୍କ ସହ ପାଳି ଆରମ୍ଭ କରିବାକୁ ଏବଂ ରମଣଦୀପ ସିଂହଙ୍କୁ ମଧ୍ୟକ୍ରମରେ ସୁଯୋଗ ମିଳିବା ସମ୍ଭାବନା ରହିଛି।

ସମ୍ଭାବ୍ୟ ଭାରତୀୟ ଦଳ: ସଂଜୁ ସାମ୍‌ସନ୍‌, ଅଭିଷେକ ଶର୍ମା, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ରିଙ୍କୁ ସିଂହ, ଅକ୍ଷର ପଟେଲ୍‌, ବରୁଣ ଚକ୍ରବର୍ତ୍ତୀ, ରବି ବିଷ୍ଣୋଇ, ଅର୍ଶଦୀପ ସିଂହ, ଆଭେସ ଖାନ୍‌

ସମ୍ଭାବ୍ୟ ଦକ୍ଷିଣ ଆଫ୍ରିକା ଦଳ: ରିଜା ହେଣ୍ଡ୍ରିକ୍ସ, ରିୟାନ୍‌ ରିକେଲ୍‌ଟନ୍‌, ଐଦେନ ମାରକ୍ରମ (ଅଧିନାୟକ), ତ୍ରିଷ୍ଟନ୍‌ ଷ୍ଟବ୍ସ, ହେନରିକ୍‌ କ୍ଲାସେଁ, ଡେଭିଡ୍‌ ମିଲର, ମାର୍କୋ ୟାନସେନ୍‌, ଆନ୍ଦିଲେ ସିମେଲାନେ, ଗେରାଲ୍ଡ କୋଏତ୍‌ଜି, କେଶବ ମହାରାଜ, ଏନ୍‌କା

Leave A Reply

Your email address will not be published.