Odisha Link
Bridging the Missing Links in Odisha

ଇନ୍ଦ୍ରାବତୀରୁ କମିଲା ଜଳସ୍ତର, ବନ୍ଦ ରହିବ ଜଳ ଯୋଗାଣ

ଓଏଲ୍‌ ବ୍ୟୁରୋ: ଇନ୍ଦ୍ରାବତୀରୁ କମିଲା ଜଳସ୍ତର। କଳାହାଣ୍ଡି ଇନ୍ଦ୍ରାବତୀ ପ୍ରକଳ୍ପରୁ ବନ୍ଦ ହେବ ଜଳ ଯୋଗାଣ। ୨୦୨୪-୨୫ ରବି ଋତୁରେ ମିଳିବନି କେନାଲ ପାଣି। ଧର୍ମଗଡ଼ ଓ ଜୁନାଗଡ଼ ଡିଭିଜନରେ ଯୋଗାଣ ବନ୍ଦ ରହିବ। ଇନ୍ଦ୍ରାବତୀ ଜଳ ଭଣ୍ଡାରରେ ଜଳସ୍ତର କମିଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଇନ୍ଦ୍ରାବତୀର ସର୍ବୋଚ୍ଚ ଜଳ ଧାରଣା କ୍ଷମତା ୬୪୨, ୬୩୪.୪୧ ମିଟର ଅଛି।

ଇନ୍ଦ୍ରାବତୀରେ ଗତବର୍ଷ ତୁଳନାରେ ୧୦% କମ୍ ପାଣି ରହିଛି। ତେବେ ଜଳସ୍ତର କାମ ଥିବାରୁ ରବି ଋତୁରେ ଡାଲି ଜାତୀୟ ଫସଲ କରିବାକୁ ପରାମର୍ଶ ଦିଆଯାଇଛି। ଏନେଇ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଜଗନ୍ନାଥ ପାଣି ସୂଚନା ଦେଇଛନ୍ତି।

Leave A Reply

Your email address will not be published.