ମାତିଛନ୍ତି ଲୁଟେରା ଗ୍ୟାଙ୍ଗ, ସମବାୟ ସମିତି ଅଫିସରୁ ଚୋରି
ଓଏଲ୍ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏସବୁ ଭିତରେ ଜଳେଶ୍ବର ବାଲିଚତରା ସମବାୟ ସମିତି ଅଫିସରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସୁଛି। ତାଲା ଭାଙ୍ଗି ଟଙ୍କା ସହ ସିସିଟିଭି, ହାର୍ଡଡିସ୍କ ଚୋରି ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଚୋରି ଅଭିଯୋଗ ହୋଇଥିବାବେଳେ ପୁଲିସ ତଦନ୍ତ ଜାରି କରିଛି।