ଆଜି ରାଜ୍ୟ କ୍ୟାବିନେଟ ବୈଠକ, ଏକାଧିକ ପ୍ରସ୍ତାବରେ ବାଜିପାରେ ମୋହର
ଓଏଲ୍ ବ୍ୟୁରୋ: ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ଅପରାହ୍ନ ୪ଟା ସମୟରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଉଚ୍ଚଶିକ୍ଷା, ପଞ୍ଚାୟତିରାଜ, କୃଷି, ସମବାୟ ଓ ଶକ୍ତି ବିଭାଗ ସମ୍ପର୍କିତ ଏକାଧିକ ପ୍ରସ୍ତାବ ଉପରେ ମୋହର ବାଜିପାରେ। ବିଶେଷକରି ରାଜ୍ୟରେ ଜାତୀୟ ଶିକ୍ଷାନୀତି ୨୦୨୦ର ପ୍ରଚଳନ ସହ ଏକାଧିକ ପ୍ରସ୍ତାବକୁ ଅନୁମୋଦନ ମିଳିପାରି ବୋଲି ଜଣାପଡ଼ିଛି।