ଉପମୁଖ୍ୟମନ୍ତ୍ରୀଙ୍କ ଦୃଢ଼ୋକ୍ତି: ୨ ବର୍ଷରେ କୁପୋଷଣମୁକ୍ତ ହେବ ଓଡ଼ିଶା
ଓଏଲ୍ ବ୍ୟୁରୋ: ଓଡ଼ିଶାକୁ କୁପୋଷଣ ମୁକ୍ତ କରିବା ସରକାରଙ୍କ ପ୍ରାଥମିକତା। ଓଡ଼ିଶାର ଆଞ୍ଚଳିକ ପୋଷଣ ଅସମାନତାକୁ ଧ୍ୟାନ ଦେବା ସହ ଛତୁଆର ମାନ ବୃଦ୍ଧି ତଥା ଅନ୍ୟ ବିକଳ୍ପ ଖୋଜିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ୨ ବର୍ଷରେ ରାଜ୍ୟକୁ କୁପୋଷଣମୁକ୍ତ ଘୋଷଣା କରାଯିବ ବୋଲି ନିମାପଡ଼ାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୂଚନା କହିଛନ୍ତି। ଖୁବଶୀଘ୍ର କୁପୋଷଣ ଥିବା ବ୍ଲକ ଚିହ୍ନଟ କରାଯିବ। ଆଞ୍ଚଳିକ ସ୍ବାଦ ଅନୁସାରେ ଛତୁଆର ବିକଳ୍ପ ଖାଦ୍ୟ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ଛତୁଆର ମାନ ବୃଦ୍ଧି ପାଇଁ ସରକାର ଯୋଜନା କରୁଛନ୍ତି। ଆଞ୍ଚଳିକ ଗ୍ରହଣୀୟତାକୁ ନେଇ ବିକଳ୍ପ ଚିନ୍ତା କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି।