Odisha Link
Bridging the Missing Links in Odisha

ଓଲିଉଡ୍ କଳି: ମନୋଜଙ୍କ ପରେ ଜବାବ ରଖିଲେ ସବ୍ୟସାଚୀ ମହାପାତ୍ର

ଓଏଲ୍‌ ବ୍ୟୁରୋ: କିଛି ଦିନ ହେବ ସୋସିଆଲ ମିଡିଆରେ ଚଳଚ୍ଚିତ୍ର କଳାକାଳରଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏସବୁ ଭିତରେ ଅଭିନେତା ମନୋଜ ମିଶ୍ରଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଲେ ଓଡ଼ିଶା ଫିଲ୍ମ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡ଼ିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରିଛି ସଂଘ। ଏହା ପରେ ମନୋଜ ମିଶ୍ର ସାମ୍ବାଦିକ ସମ୍ମିଳନୀ କରି କଡା ମନ୍ତବ୍ୟ ରଖିଛନ୍ତି।

ସିନେମା କାହା ବାପାର ନୁହେଁ ଓଡିଶାର ବୋଲି ମନୋଜ ମିଶ୍ର କହିଛନ୍ତି। ଏହା ପରେ ସବୁ ନିର୍ଦେଶକ ଭଲ ଫିଲ୍ମ କରିବାକୁ ଚେଷ୍ଟା କରନ୍ତି ବୋଲି ସବ୍ୟସାଚୀ ମହାପାତ୍ର କହିଛନ୍ତି। କେଉଁ ଫିଲ୍ମ ଚାଲିବ ନ ଚାଲିବ ଦର୍ଶକ ଠିକ୍ କରିବେ। ସବୁ ନିର୍ଦେଶକଙ୍କ ବିରୋଧରେ କହିବା ଗ୍ରହଣୀୟ ନୁହେଁ। ମୋ କଥା ଜଜ୍‌ କରିବାକୁ ମନୋଜ ମିଶ୍ର ଠିକ୍ ନୁହେଁ। ଇଶ୍ବର କରନ୍ତୁ ମୋନଜ ମିଶ୍ରଙ୍କ ଉନ୍ନତି ହେଉ। ଫକୀର ମୋହନ ଯାହା ଲେଖିଛନ୍ତି ତାକୁ ଆମେ ବଦଳାଇବୁନି। ଓଡ଼ିଶାର ଆଦ୍ୟ କଥାକୁ ଆମର ସମ୍ମାନ ଦେବା ଉଚିତ। ନିର୍ଦେଶକ, ପ୍ରଯୋଜକ ମଧ୍ୟରେ ବିବାଦ ନାହିଁ ବୋଲି ସବ୍ୟସାଚୀ ମହାପାତ୍ର କହିଛନ୍ତି।

ଅନ୍ୟପଟେ, ଅଭିନେତା ମନୋଜ ମିଶ୍ର କହିଛନ୍ତି, ମୁଁ କୌଣସି ଭିଡିଓ ସିନେମା ରିଲିଜ ଦିନ କରିନି। ଭଲ ସିନେମାକୁ ପ୍ରଶଂସା ଓ ଖରାପ ସିନେମାକୁ ନିନ୍ଦା କରେ। ବର୍ତ୍ତମାନ ଆମ ପାଖରେ ଖୁବ୍ କମ ଭଲ ନିର୍ଦେଶକ ଅଛନ୍ତି। କର୍ମ ଓ ଦମନ ପରି ଭଲ ଫିଲ୍ମ ହେଉ, ନହେଲେ ନହେଉ।

ପ୍ରଯୋଜକଙ୍କ ପଇସାରେ ଅଏସ କରୁଛନ୍ତି ନିର୍ଦ୍ଦେଶକ। ଫିଲ୍ମ ମାନେ ଗୋଟେ ବିଜନେସ୍। ବିଜନେସ୍ ରୁଲ ଭାବେ ଏହା ଗ୍ରୋ କରିବା କଥା। କିନ୍ତୁ ଅବସୋସ୍ ଏହା ତଳକୁ ଯାଉଛି ପଛେ ଆଗକୁ ଯାଉନି। ମୁଁ ୧୦ ବର୍ଷ ତଳେ ଫିଲ୍ମ ପାଇଁ ଯେତିକି ଟଙ୍କା ପାଉଥିଲି ୧୦ ବର୍ଷ ପରେ ତା’ଠାରୁ କମ୍ ପାଉଣା ପାଉଛନ୍ତି।

ଆଜିକା ଦିନରେ ଫିଲ୍ମ ଇଣ୍ଡଷ୍ଟ୍ରି ଆଗକୁ ବଢୁନି। ସେଥିପାଇଁ ଅଭିନେତା ନୁହେଁ ବରଂ ଫିଲ୍ମ ତିଆରି କରୁଥିବା ବ୍ୟକ୍ତିମାନେ ଦାୟୀ। ଏବେକା ସମୟରେ ଯଦି ୟୁଥ୍ ଗ୍ରୁପକୁ ନେଇ କାମ କରିବାକୁ ହେଲେ ସେମାନଙ୍କ ସହ ଅପଡେଟ୍ ହେବାକୁ ପଡିବ। ଯଦି ପ୍ରଡ୍ୟୁସର, ଡାଇରେକ୍ଟର ଚାହୁଁଛନ୍ତି ଓଡିଆ ଫିଲ୍ମକୁ ଲୋକେ ଫିଲ୍ମ ହଲରେ ଦେଖନ୍ତୁ ତାହେଲେ ସେମାନଙ୍କୁ ଟେକ୍ନିକାଲି ସାଉଣ୍ଡ ହେବାକୁ ପଡିବ।

ସୂଚନା ଅନୁସାରେ, ଓଡ଼ିଶାରେ ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ନାହାନ୍ତି କି ନିର୍ଦ୍ଦେଶନା କ’ଣ ଜାଣିନାହାଁନ୍ତି ବୋଲି ସୋଶାଲ ମିଡ଼ିଆରେ ମନୋଜ ମିଶ୍ର ବାରମ୍ବାର ମନ୍ତବ୍ୟ ଦେଉଛନ୍ତି। ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକମାନେ ଅଭିଯୋଗ କରିଛନ୍ତି। ଓଡ଼ିଆ ଫିଲ୍ମ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର, ବସନ୍ତ ସାହୁ, ତାପସ ସରଘରିଆ, ବବି ଇସଲାମ୍‌ଙ୍କ ଭଳି ଅନେକ ନିର୍ଦ୍ଦେଶକ ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ମନୋଜ ମିଶ୍ରଙ୍କ ମନ୍ତବ୍ୟ ନେଇ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର କହିଛନ୍ତି, ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିକୁ ୮୮ ବର୍ଷ ହେଲାଣି। ଓଡ଼ିଶାରେ କେତେ ବଡ଼ବଡ଼ ନିର୍ଦ୍ଦେଶକ ଥିଲେ। ନିତେଇ ପାଲିତଙ୍କଠାରୁ ଆରମ୍ଭ କରି ହେମନ୍ତ ଦାସ, ହର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ, ମନମୋହନ ମହାପାତ୍ର ପର୍ଯ୍ୟନ୍ତ। ସେମାନେ କେଡେ ବଡ଼ବଡ଼ ଫିଲ୍ମ ଦେଇଯାଇଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟ ସ୍ଥରରେ ସେହି ସବୁ ଫିଲ୍ମ ନାଁ କରିଛି। ଆମମାନଙ୍କର ମଧ୍ୟ ଫିଲ୍ମ ଲାଇନ୍‌ରେ ୫୦ ବର୍ଷ ହୋଇଗଲାଣି। ଏହା ପରେ ମଧ୍ୟ ସେ(ମନୋଜ ମିଶ୍ର) ବିଭିନ୍ନ ସମୟରେ କହି ଚାଲିଛନ୍ତି ଓଡ଼ିଶାରେ ଭଲ ନିର୍ଦ୍ଦେଶକ ନାହାନ୍ତି। ଏଭଳି ମନ୍ତବ୍ୟ ଦେବା ନିଶ୍ଚିତ ଅରଚୁକର। ତା’ପରେ ସେ ଯେଉଁଭଳି ଢଙ୍ଗରେ ମନ୍ତବ୍ୟ ଦେଉଛନ୍ତି, ତାହା ଅତି ନିମ୍ନମାନର। ଯାହା ଆମ ସମସ୍ତଙ୍କୁ କ୍ଷୁବ୍ଧ କରିଛି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, କୋଭିଡ୍‌ ପରେ ଓଡ଼ିଶା ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ବଡ଼ ପରିବର୍ତ୍ତନ ହୋଇଛି। ଏବେ ଓଡ଼ିଆ ଭାଷା ଓ ସଂସ୍କୃତିକୁ ନେଇ ବହୁତ ଭଲ ଫିଲ୍ମ ତିଆରି ହେଲାଣି। ତାହାଭିତରୁ କିଛି ଫିଲ୍ମ ଭଲ ବିଜନେସ୍‌ ମଧ୍ୟ କରୁଛି। ହେଲେ ସିଏ ଯେଉଁଭଳି ଢ଼ଙ୍ଗରେ କହୁଛନ୍ତି, ତାକୁ ନେଇ ଲୋକଙ୍କ ଭିତରେ ଗୋଟିଏ ଅଲଗା ଭାବନା ସୃଷ୍ଟି ହେଉଛି। ଲୋକେ ଭାବିବେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାହା ସହିତ କାହାର ପଡୁନି, ଏମାନେ ଭଲ ଫିଲ୍ମ ତିଆରି କରୁନାହାନ୍ତି। ଆମେ ହଲ୍‌କୁ ଯିବା ନାହିଁ ବୋଲି ଲୋକଙ୍କ ମନରେ ଭାବନା ସୃଷ୍ଟି ହେଉଛି। ତାଙ୍କ ମନ୍ତବ୍ୟ ଓଡ଼ିଶା ଫିଲ୍ମକୁ ପ୍ରଭାବିତ କରିଛି। ଯେଉଁଥିପାଇଁ ଆମେ ସାମ୍ନାକୁ ଆସିବା ପାଇଁ ବାଧ୍ୟ ହେଲୁ। ତାଙ୍କୁ ଏଥିରୁ ନିବୃତ୍ତ କରିବାକୁ କହିଲୁ ବୋଲି ମହାପାତ୍ର କହିଛନ୍ତି।

ଅନ୍ୟପକ୍ଷରେ ନିର୍ଦ୍ଦେଶକ ବସନ୍ତ ସାହୁ କହିଛନ୍ତି, ତାଙ୍କର ଏପରି ମନ୍ତବ୍ୟ ନିଶ୍ଚିତ ଓଡ଼ିଶା ଫିଲ୍ମ ଇଷ୍ଟଷ୍ଟ୍ରୀ ଉପରେ ପଡ଼ିବ। ସେ ଏଥିରୁ ନିବୃତ୍ତ ରହିବା ଦରକାର। ଜନସାଧାରଣ ହେଉଛି ଅତି ସାଧାରଣ। ସେମାନେ ସାଧାରଣ ଦର୍ଶକ। ଯେତେବେଳେ ସେମାନେ ଏପରି ମନ୍ତବ୍ୟ ଦେଖୁନ୍ତି, ତାହା ତାଙ୍କ ମନରେ ସନ୍ଦେହ ଜାତ କରୁଛି ବୋଲି ସାହୁ କହିଛନ୍ତି।

Leave A Reply

Your email address will not be published.