ବୁଲଡୋଜର ଆକ୍ସନରେ ବ୍ରେକ୍: ସୁପ୍ରିମକୋର୍ଟ ଶୁଣାଇଲେ ବଡ଼ ରାୟ
ଓଏଲ୍ ବ୍ୟୁରୋ: ବୁଲଡୋଜର ଆକ୍ସନ ପ୍ରସଙ୍ଗରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ଭାଙ୍ଗିବା ସମ୍ପର୍କରେ କାର୍ଯ୍ୟନିର୍ବାହୀ ନେଇପାରିବେନି ନିଷ୍ପତ୍ତି। ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ପୂର୍ବରୁ ନିରପେକ୍ଷ ବିଚାର ଜରୁରୀ। କର୍ତ୍ତୃପକ୍ଷଙ୍କ ତୁଳନାରେ ଅଧିକାରୀମାନେ ଅଧିକ ସକ୍ରିୟ ହେଉଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ କୌଣସି ରାଜ୍ୟ ପାଇଁ ନୁହେଁ, ବରଂ ସମଗ୍ର ଦେଶ ପାଇଁ ଅଟେ। ଅଦାଲତ କହିଛନ୍ତି ଯେ, କେବଳ ଦୋଷୀ କିମ୍ବା ଅପରାଧିକ ମାମଲାରେ ଅଭିଯୁକ୍ତଙ୍କ ଆଧାରରେ କାହାର ଘର ଭାଙ୍ଗି ପାରିବ ନାହିଁ।
ଜାରି ହୋଇଥିବା ଗାଇଡଲାଇନ୍ ଅନୁସାରେ, ଭାଙ୍ଗିବାର ୧୫ ଦିନ ପୂର୍ବରୁ ନୋଟିସ୍ ପଠାଇବା ଜରୁରୀ। କେବଳ ଏତଲା ଆଧାରରେ ଘର ଭାଙ୍ଗି ପାରିବେନି। ଘର ଭାଙ୍ଗିବା ବେଳେ ଭିଡିଓଗ୍ରାଫି ହେବା ଉଚିତ୍, ଉଲ୍ଲଂଘନ କଲେ ଆକ୍ସନ। ଘର ଭାଙ୍ଗିବା ମୌଳିକ ଅଧିକାର କ୍ଷୂଣ୍ଣ କରୁଛି। ଯଦି ଜଣେ ଅଭିଯୁକ୍ତ, ତେବେ ପୁରା ପରିବାରକୁ ଦଣ୍ଡ କାହିଁକି ବୋଲି ସୁପ୍ରିମକୋର୍ଟ ଶୁଣାଇଛନ୍ତି
ଏଭଳି ପରିସ୍ଥିତିରେ କର୍ତ୍ତୃପକ୍ଷ ଆଇନକୁ ଅଣଦେଖା କରିପାରିବେ ନାହିଁ ଏବଂ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ନାହିଁ। ମୌଳିକ ଅଧିକାରକୁ ଆଗକୁ ବଢାଇବା ଏବଂ ଆଇନଗତ ଅଧିକାର ହାସଲ କରିବା ପାଇଁ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇପାରିବ ବୋଲି କୋର୍ଟ କହିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପଦକ୍ଷେପ ପୂର୍ବରୁ ନିରପେକ୍ଷ ବିଚାର ଜରୁରୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି।
ଗତ ୧୦ ତାରିଖରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ, ଆଇନର ଶାସନରେ ବୁଲଡୋଜର ନ୍ୟାୟ ସ୍ୱୀକାର ଯୋଗ୍ୟ ନୁହେଁ। ଯଦି ଏହାକୁ ଅନୁମତି ଦିଆଗଲା ତେବେ ଅନୁଚ୍ଛେଦ ୩୦୦(କ)ର ସମ୍ପତ୍ତଗତ ଅଧିକାର ସାମ୍ବିଧାନିକ ମାନ୍ୟତାରୁ ବାଦ୍ ପଡିବ। ଏହି ଧାରାର କୌଣସି ମୂଲ୍ୟ ରହିବ ନାହିଁ। ରାଜ୍ୟରେ ବେଆଇନ ଜବରଦଖଲ ଓ କିମ୍ବା ବେଆଇନ ଭାବେ ନିର୍ମାଣ ହୋଇଥିବା ସଂରଚନାକୁ ହଟାଇବା ପାଇଁ ପଦକ୍ଷେପ ନେବା ପୂର୍ବରୁ ଆଇନ୍ର ଉଚିତ ପ୍ରକ୍ରିୟାକୁ ପାଳନ କରିବା ଉଚିତ।
ବୁଲଡୋଜର ମାଧ୍ୟମରେ ନ୍ୟାୟ ନ୍ୟାୟଶସ୍ତ୍ରର କୌଣସି ସଭ୍ୟ ପ୍ରଣାଳୀ ପାଇଁ ଠିକ୍ ନୁହେଁ। ଏହା ବିପ୍ପଜନକ, ଯଦି ରାଜ୍ୟମାନଙ୍କର କୌଣସି ଓ୍ୱିଙ୍ଗ କିମ୍ବା ଅଧିକାରୀଙ୍କ ଦ୍ୱାରା ବୁଲଡୋଜର ନ୍ୟାୟକୁ ଅନୁମତି ଦିଆଯାଏ, ତେବେ ନାଗରିକଙ୍କ ସମ୍ପତ୍ତି ବାହ୍ୟ କାରଣରୁ ଭାଙ୍ଗି ଦିଆଯିବ ବୋଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ କହିଥିଲେ।