ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର, ନୂଆ ଢାଞ୍ଚାରେ ଦଶମ ଓ ଦ୍ବାଦଶ ପରୀକ୍ଷା
ଓଏଲ୍ ବ୍ୟୁରୋ: ସିବିଏସ୍ଇ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ୨୦୨୫ ଶିକ୍ଷାବର୍ଷରୁ CBSE ପାଠ୍ୟକ୍ରମରେ ନୂଆ ପରୀକ୍ଷା ଫର୍ମାଟ ଓ ଆସେସମେଣ୍ଟ ସିଷ୍ଟମ ଲାଗୁ କରାଯିବ। ସିବିଏସ୍ଇ ନୂଆ ପରୀକ୍ଷା ଫର୍ମାଟ ଆସେସମେଣ୍ଟ ସିଷ୍ଟମ ଲାଗୁ ନେଇ ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ୨୦୨୫ ଶିକ୍ଷାବର୍ଷରୁ ଏହାକୁ ଲାଗୁ କରାଯିବ ବୋଲି ଜଣା ପଡିଛି। ଉଭୟ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଏହା ଲାଗୁ କରାଯିବ। ସିବିଏସ୍ଇ ନୂଆ ପରୀକ୍ଷା ଫର୍ମାଟ ଆସେସମେଣ୍ଟ ସିଷ୍ଟମ ଲାଗୁ ପରେ ପାଠ୍ୟକ୍ରମକୁ ପ୍ରାୟ ୧୫ ପ୍ରତିଶତ ହ୍ରାସ କରାଯିବ।