ଭକ୍ତଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ବଡ଼ଦାଣ୍ଡରେ ଗଡ଼ିବ ଇରେଡା
ଓଏଲ୍ ବ୍ୟୁରୋ: ଭକ୍ତଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ୧୦ଟି ବ୍ୟାଟେରୀ ଚାଳିତ ଅଟୋ ପ୍ରଦାନ କରାଯାଇଛି। ଇରେଡା ପକ୍ଷରୁ ଏହି ଗାଡି ପ୍ରଦାନ କରାଯାଇଛି। ଇରେଡା ହେଉଛି କେନ୍ଦ୍ର ସରକାରଙ୍କ ଅକ୍ଷୟ ଉର୍ଜା ଏଜେନ୍ସି। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଉତ୍ସବରେ ନୂତନ ଓ ନବୀକରଣ ଶକ୍ତି ଓ ଖାଦ୍ୟଯୋଗାଣ ମନ୍ତ୍ରୀ ପ୍ରହଁହ୍ଲାଦ ଯୋଶୀ ଯୋଗ ଦେଇ ଫ୍ଲାଗ୍ ଅଫ୍ କରିଥିଲେ।
କେନ୍ଦ୍ର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଥିଲେ ଇରେଡା ନବରତ୍ନ ମାନ୍ୟତା ପାଇଛି। ଅକ୍ଷୟ ଉର୍ଜା ଶକ୍ତି ମାଧ୍ୟମରେ ଗତ ୧୦ ବର୍ଷ ମଧ୍ୟରେ ୨୧୨ ଜିଗା ୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ହୋଇଛି। ୫୦୦ ଜିଗା ୱାଟ ବିଦ୍ୟୁତ ଶକ୍ତି ଉତ୍ପାଦନ ଲକ୍ଷ୍ୟ ରହିଛି।କାର୍ଯ୍ୟକ୍ରମରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉପସ୍ଥିତ ଥିଲେ।
ଏହି ୧୦ଟି ବ୍ୟାଟେରୀ ଚାଳିତ ଗାଡ଼ି, ଅନୁକୂଳ ଓ ସୁସ୍ଥ ପରିବେଶ ସୃଷ୍ଟି କରିବ। ଜଳବାୟୁ ପରିବର୍ତ୍ତନ ଦିଗରେ ଅଣ ପାରମ୍ପରିକ ଶକ୍ତିର ବିନିଯୋଗ କରାଯିବ। ବ୍ୟାଟେରୀ ଚାଳିତ ଗାଡି ନିମନ୍ତେ ୩ ବର୍ଷ ପାଇଁ ଡ୍ରାଇଭରଙ୍କ ଦରମା ଓ ବ୍ୟାଟେରୀ ଚାଳିତ ଗାଡିର ମରାମତି କରିବ ଇରେଡା।