ଆସିଲା ମାଟ୍ରିକ ପରୀକ୍ଷା ସୂଚୀ: ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ..
ଓଏଲ୍ ବ୍ୟୁରୋ: ଦଶମ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଖବର। ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦର ମାଟ୍ରିକ ପରୀକ୍ଷା ନେଇ ବୋର୍ଡ କର୍ତ୍ତୃପକ୍ଷ ଘୋଷଣା କରିଛନ୍ତି। ଫେବ୍ରୁଆରୀ ୨୧ରୁ ମାର୍ଚ୍ଚ ୬ ପର୍ଯ୍ୟନ୍ତ ପରୀକ୍ଷା ହେବ। ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ଗଣିତ ପରୀକ୍ଷା ପାଇଁ ଅଧିକ ୧୫ ମିନିଟ ଦିଆଯାଇଥିବାବେଳେ ୧୧ଟା ୪୫ରେ ଶେଷ ହେବ।
ଜାଣନ୍ତୁ କେଉଁ ଦିନ କେଉଁ ପରୀକ୍ଷା ଦେବେ ଛାତ୍ରଛାତ୍ରୀ..
ମାଟ୍ରିକ୍ ପରୀକ୍ଷା ପ୍ରଥମ ଦିନ ଫେବ୍ରୁଆରୀ ୨୧ରେ ମାତୃଭାଷା ପରୀକ୍ଷା ରହିଛି। ୨୪ ଫେବ୍ରୁଆରୀରେ ଇଂରାଜୀ, ୨୭ରେ ଗଣିତ, ୧ରେ ବିଜ୍ଞାନ, ୩ରେ ସାମାଜିକ ବିଜ୍ଞାନ, ୬ରେ ତୃତୀୟ ଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ।