Odisha Link
Bridging the Missing Links in Odisha

ଆଜି ଚାଚା ନେହେରୁଙ୍କ ଜନ୍ମ ଜୟନ୍ତୀ, ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ହେଉଛି ନଭେମ୍ବର ୧୪ ଅର୍ଥାତ ଶିଶୁ ଦିବସ। ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହର ଲାଲ ନେହେରୁଙ୍କ ଆଜି ଜନ୍ମ ଜୟନ୍ତୀ। ଏହି ଅବସରରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ସହ ଶିଶୁ ଦିବସ ଅବସରରେ ରାଜ୍ୟ ତଥା ଦେଶର ଭବିଷ୍ୟତଙ୍କୁ ଶୁଭକାମନା ଏବଂ ଆଶୀର୍ବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିନକୁ ସାରା ଭାରତ ବର୍ଷରେ ଶିଶୁ ଦିବସ ରୂପେ ପାଳନ କରାଯାଏ। ସେ ଛୋଟ ଛୁଆଙ୍କୁ ଅଧିକ ଭଲ ପାଇବା ସହ ସେମାନଙ୍କ ଗହଣରେ ଅଧିକ ସମୟ ବିତାଇବାକୁ ଭଲ ପାଉଥିଲେ। ପିଲାମାନେ ତାଙ୍କୁ ଶ୍ରଦ୍ଧାରେ ଚାଚା ନେହେରୁ ବୋଲି ଡାକୁଥିଲେ।

ପିଲାମାନଙ୍କ ପ୍ରତି ତାଙ୍କର ଗଭୀର ଭଲ ପାଇବା ଥିବାରୁ ସେ ଚାହୁଁଥିଲେ ତାଙ୍କ ଜନ୍ମ ଦିନକୁ ଶିଶୁ ଦିବସ ରୂପେ ପାଳନ କରାଯାଉ। ସେବେଠାରୁ ଭାରତ ବର୍ଷରେ ପ୍ରତି ବର୍ଷ ନଭେମ୍ବର ମାସ ୧୪ ତାରିଖକୁ ଶିଶୁ ଦିବସ ରୂପେ ପାଳନ କରାଯାଏ। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି ଶିଶୁ ଦିବସ।

Leave A Reply

Your email address will not be published.