Odisha Link
Bridging the Missing Links in Odisha

ଭରତପୁର ଥାନା ବିବାଦ ମାମଲା, ବଢ଼ିଲା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ଚହଳ ପକାଇଥିବା ଭରତପୁର ଥାନା ବିବାଦ ମାମଲାର ତଦନ୍ତ କରୁଥିବା ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ତଦନ୍ତ କମିଶନ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାସଙ୍କ କାର୍ଯ୍ୟକାଳକୁ ୨୦୨୫ ଜାନୁଆରୀ ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଭରତପୁର ଥାନାରେ ସେନା ଅଫିସର ଏବଂ ପୁଲିସ କର୍ମୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହାକୁ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଘଟଣାର ତଦନ୍ତ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚକୁ ଦେବା ସହ ଏକ ତଦନ୍ତ କମିଶନ ମଧ୍ୟ ଗଠନ କରିଥିଲେ। ଯାହାକି ଜଷ୍ଟିସ୍‌ ଚିତ୍ତରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ଗଠନ କରାଯାଇଥିଲା । ହେଲେ ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କ କାର୍ଯ୍ୟକାଳ ନଭେମ୍ବର ୨୨ରେ ସରିବାକୁ ଯାଉଥିଲା। ଯାହାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ ତଦନ୍ତ କମିଶନଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି।

Leave A Reply

Your email address will not be published.