Odisha Link
Bridging the Missing Links in Odisha

ବଢ଼ିଲା କଟକ ବାଲିଯାତ୍ରାର ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି

ରାତି ୧୦ ନୁହଁ ୧୦ ଟା ୩୦ ଯାଏଁ ଚାଲିବ

ଓଏଲ୍‌ ବ୍ୟୁରୋ: ବଢ଼ିଲା କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟ। ବିବାଦ ପରେ ୩୦ ମିନିଟ ବୃଦ୍ଧି ହେଲ ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି।  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୦ ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲି ପାରିବ।

ସୂଚନା ଅନୁଯାୟୀ,ସମୟ କଟକଣା ଯୋଗୁଁ ଗତ କାଲି କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ କାର୍ଯ୍ୟକ୍ରମ ଅଧାରୁ ମଞ୍ଚରୁ ଓହ୍ଲାଇ ଦିଆଯାଇଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ଏପରି ନିଷ୍ପତ୍ତି ନିଆଯାଇଛି। ବାଲିଯାତ୍ରା କଟକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ନ ଉପୁଜିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ, କଟକ ଜିଲାପାଳ ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି। ନିର୍ଦ୍ଦେଶ ଅନୁସାରେ, କଟକ ଜିଲାପାଳ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଆଉ ଅଧ ଘଣ୍ଟା ଅଧିକ ବଢାଇବା ସହିତ ଡାକଵାଜି ଯନ୍ତ୍ର ବ୍ୟବହାରକୁ ଅନୁମତି ଦେଇଛନ୍ତି।

Leave A Reply

Your email address will not be published.