Odisha Link
Bridging the Missing Links in Odisha

‘ଐତିହାସିକ ବାଲିଯାତ୍ରା ମଞ୍ଚ ପରିଚାଳନା ଦାୟିତ୍ବ ନେବେ ଏଡିଏମ୍‌’

ଓଏଲ୍‌ ବ୍ୟୁରୋ: ଗତକାଲି କଟକ ବାଲିଯାତ୍ରାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ବିବାଦ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏହା ପାରେ ୩୦ ମିନିଟ ବୃଦ୍ଧି ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଅବଧି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ପରେ ଆଉ ଅଧ ଘଣ୍ଟା ସମୟ ବୃଦ୍ଧି କରାଯାଇଛି। ଏଣିକି ରାତି ୧୦ଟା ପରିବର୍ତ୍ତେ ୧୦ଟା ୩୦ ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲି ପାରିବ।

ଅନ୍ୟପଟେ ସମୟ କଟକଣାକୁ ନେଇ କଟକ ବାଲିଯାତ୍ରାରେ ଅପ୍ରୀତିକର ଘଟଣାକୁ ଦୁର୍ଭାଗ୍ୟଜନକ କହିଛନ୍ତି କଟକ ଜିଲ୍ଲାପାଳ। ସେ କହିଛନ୍ତି, ଏନେଇ ପୁଲିସ କମିଶନରଙ୍କ ସହ କଥା ହୋଇ ସାରିଛି। ଯେପରି ଏହି ଘଟଣାର ପୁନରାବୃତ୍ତି ନ ହେବ ତାହାକୁ ଗୁରୁତ୍ବ ଦିଆଯିବ। ଏଣିକି ଷ୍ଟେଜ ପରିଚାଳନା ଦାୟିତ୍ବରେ ଜଣେ ଏଡିଏମ୍‌ ରହିବେ। ଆଇନ ଅନୁସାରେ ସବୁ କାର୍ଯ୍ୟ ପରିଚାଳିତ ହେବ।

ସୂଚନା ଅନୁଯାୟୀ, ସମୟ କଟକଣା ଯୋଗୁଁ ଗତ କାଲି କଣ୍ଠଶିଳ୍ପୀ ଅସୀମା ପଣ୍ଡାଙ୍କୁ କାର୍ଯ୍ୟକ୍ରମ ଅଧାରୁ ମଞ୍ଚରୁ ଓହ୍ଲାଇ ଦିଆଯାଇଥିଲା। ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ପରେ ଆଜି ଏପରି ନିଷ୍ପତ୍ତି ନିଆଯାଇଛି। ବାଲିଯାତ୍ରା କଟକ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ବାଧା ନ ଉପୁଜିବା ଉଦେଶ୍ୟରେ ମୁଖ୍ୟମନ୍ତ୍ରୀ, କଟକ ଜିଲାପାଳ ଓ ପୋଲିସ କମିଶନରଙ୍କ ସହ ଆଲୋଚନା କରିଛନ୍ତି। ନିର୍ଦ୍ଦେଶ ଅନୁସାରେ, କଟକ ଜିଲାପାଳ ବାଲିଯାତ୍ରା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଆଉ ଅଧ ଘଣ୍ଟା ଅଧିକ ବଢାଇବା ସହିତ ଡାକଵାଜି ଯନ୍ତ୍ର ବ୍ୟବହାରକୁ ଅନୁମତି ଦେଇଛନ୍ତି।

Leave A Reply

Your email address will not be published.