Odisha Link
Bridging the Missing Links in Odisha

ପର୍ଥ ଟେଷ୍ଟ ଖେଳିବେନି ୨ ଷ୍ଟାର ଖେଳାଳି, ଏବେ ଏହି ଦୁଇ ଖେଳାଳିଙ୍କୁ ମିଳିବ ଟେଷ୍ଟରେ ସୁଯୋଗ

ଓଏଲ୍‌ ବ୍ୟୁରୋ: ନଭେମ୍ବର ୨୨ ତାରିଖରେ ଆରମ୍ଭ ହେବ ବର୍ଡର-ଗାଭାସ୍କର ଟ୍ରଫି। ମୁହାଁମୁହିଁ ହେବ ବିଶ୍ବ କ୍ରିକେଟର ଦୁଇ ବାଦଶାହ ଭାରତ-ଅଷ୍ଟ୍ରେଲିଆ। କେବଳ ବିଜୟ, ସମ୍ମାନ ପାଇଁ ନୁହେଁ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଫାଇନାଲ ଖେଳିବାକୁ ହେଲେ ଦୁଇ ଦଳକୁ ସିରିଜ ଜିତିବାକୁ ପଡ଼ିବ। ଯେଉଁ ଦଳ ସିରିିଜ ଜିତିବ ସେହି ଦଳ ବିଶ୍ବ ଟେଷ୍ଟ ଚମ୍ପିଆନସିପ୍‌ ଖେଳିବା ପକ୍କା। ତେବେ ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ମୁୁକାବିଲା ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ବଡ଼ ଝଟକା। କାରଣ ପର୍ଥ ଟେଷ୍ଟ ଖେଳିବେ ନାହିଁ ଅଧିନାୟକ ରୋାହିତ ଶର୍ମା। ସେହିପରି ଆହତ କାରଣରୁ ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ଶୁଭମନ ଗିିଲ୍‌ ମଧ୍ୟ ପ୍ରଥମ ଟେଷ୍ଟ ଖେଳିବେ ନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଛି।

ରୋହିତ ଶର୍ମା ବର୍ତ୍ତମାନ ପିତୃତ୍ୱ ଛୁଟିରେ ଥିବାରୁ ସେ ବର୍ଡର-ଗାଭାସ୍କର ଟ୍ରଫିର ଉଦଘାଟନୀ ମ୍ୟାଚରେ ଭାଗ ନେଇପାରିବେ ନାହିଁ। ଏହି ମ୍ୟାଚ୍ ନଭେମ୍ବର ୨୨ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବ। ସେପର୍ଯ୍ୟନ୍ତ ରୋହିତ ଶର୍ମା ଛୁଟିରେ ଥିବାରୁ ସେ ଦଳରେ ଯୋଗଦେଇ ପାରିବେ ନାହିଁ। ତେବେ ସେ ଦ୍ବିତୀୟ ଟେଷ୍ଟ ମ୍ୟାାଚ୍‌ ପୂର୍ବରୁ ଦଳ ସହିତ ଯୋଡ଼ି ହେବେ ବୋଲି ସୂଚନା ରହିିଛି। ତେବେ ରୋହିତଙ୍କ ଅନୁପସ୍ଥିତରେ ଦଳର ଅଧିନାୟକ ଦାୟିତ୍ବ ଉପଅଧିନାୟକ ଯଶପ୍ରୀତ ବୁମରାହ ନେବେ। ବୁମରାହ ଏହାପୂର୍ବରୁ ୨୦୨୧-୨୨ ମସିହାରେ ଏଜବେଷ୍ଟନରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ ଦଳର ଅଧିନାୟକ ଭାବେ କାର୍ଯ୍ୟ ତୁଲାଇଥିଲେ।

ତେବେ ରୋହିତଙ୍କ ଅନୁପସ୍ଥିତିରେ ଯଶ୍ବସୀଙ୍କ ସହିତ ଗିଲ୍‌ ଇନିଂସ୍‌ ଓପନ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଆହତ କାରଣରୁ ଗିଲ୍‌ ପ୍ରଥମ ଟେଷ୍ଟ ଖେଳିବେ ନାହିଁ ବୋଲି ସୂଚନା ରହିଛି। ଦଳର ଦୁଇ ଷ୍ଟାର ଖେଳାଳିଙ୍କ ବିନା ପର୍ଥ ଟେଷ୍ଟକୁ ଓହ୍ଲାଇବାକୁ ଯାଉଛି ଭାରତୀୟ ଦଳ। ତେବେ ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରି ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ ହୋଇଥିବା ଅଭିମନ୍ୟୁ ଇଶ୍ବରନ୍‌ଙ୍କୁ ସୁଯୋଗ ମିଳିପାରେ। ଯଦି ସେ ସୁଯୋଗ ପାଆନ୍ତି ତେବେ ଟେଷ୍ଟ କ୍ରିକେଟରେ ଡେବ୍ୟୁ କରିବେ। ସେହିପରି ଅଭ୍ୟାସ୍‌ ମ୍ୟାଚରେ ଦମଦାର ବ୍ୟାଟିଂ କରିଥିବା ଧ୍ରୁବ ଜୁୁରେଲଙ୍କୁ ପ୍ରଥମ ଟେଷ୍ଟରେ ସୁଯୋଗ ମିଳିପାରେ ବୋଲି ସୂଚନା ରହିଛି।

ଅନ୍ୟପକ୍ଷରେ ପର୍ଟ ଟେଷ୍ଟରେ ଭାରତୀୟ ଦଳର ଦୁଇ ଯୁବ ଖେଳାଳି ଡେବ୍ୟୁ କରିପାରନ୍ତି। ସିମ୍‌ ଅଲରାଉଣ୍ଡର ନିତିଶ କୁମାର ରେଡ୍ଡୀ ଓ ଦ୍ରୁତ ବୋଲର ହର୍ଷିତ ରାଣାଙ୍କ ମଧ୍ୟରୁ ଯିଏ ହେଲେ ଜଣେ ଡେବ୍ୟୁ କରିବେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.