Odisha Link
Bridging the Missing Links in Odisha

ପୁଣି ଅଶାନ୍ତ ମଣିପୁର: ଲଗାତାର ୨ୟ ଦିନ ପାଇଁ ବୈଠକ କଲେ ଶାହ

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ବ୍ୟାପକ ହେବାରେ ଲାଗିଛି ମଣିପୁୁର ହିଂସା। ନିଖୋଜ ଥିବା ୬ ଅପହୃତଙ୍କ ମୃତଦେହ ସ୍ଥାନୀୟ ଏକ ନଦୀରୁ ମିଳିବା ପରେ ତୀବ୍ର ଉତ୍ତେଜନା ବଢ଼ିବାରେ ଲାଗିିଛି। ହିଂସା ଥମିବାର ନାଁ ଧରୁନାହିଁ। ମଣିପୁରରେ ବିଗୁଡ଼ିଥିବା ଆଇନ୍‌ ବ୍ୟବସ୍ଥାକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଲଗାତାର ଦ୍ବିତୀୟ ଦିନ ହାଇ ଲେଭଲ ମିଟିଂ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିବା ସହିତ ସୁରକ୍ଷା ବଳ ଓ ରାଜ୍ୟର ପୁଲିସକୁ ଶାନ୍ତି ବ୍ୟବସ୍ଥା ଜାରି ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏଥିସହିତ ରାଜ୍ୟର ସୁରକ୍ଷା ପାଇଁ କେନ୍ଦ୍ରୀୟ ପୁଲିସ ବଳର ୫୦ ଅତିରିକ୍ତ କମ୍ପାନୀକୁ ମଣିପୁର ଯିବାକୁୁ ନିର୍ଦ୍ଦେଶ ଦେଇଛନ୍ତି।

କେନ୍ଦ୍ର ସୁରକ୍ଷା ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ଗୃହମନ୍ତ୍ରୀ ରବିବାର ପରେ ସୋମବାର ବି ଲମ୍ବା ସମୟ ପର୍ଯ୍ୟନ୍ତ ବୈଠକ କରିିଥିଲେ। ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ବର୍ତ୍ତମାନର ସ୍ଥିତି ଉପରେ ବିସ୍ତାର ସମୀକ୍ଷା କରିଛନ୍ତି। ରାଜ୍ୟରେ କିଭଳି ଶାନ୍ତି ଫେରିବ ସେ ନେଇ ରାଜ୍ୟ ପୁଲିିସ ଓ କେନ୍ଦ୍ରୀୟ ପୁଲିସ କାମ କରିବା ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଅମିତ ଶାହ।

ମଣିପୁରର କିଛି ଜିଲ୍ଲାରେ କର୍ଫ୍ୟୁ ଲାଗୁ ହୋଇଛି। କିଛି ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରି ଦିଆଯାଇଛି। ହିଂସାକାଣ୍ଡ କାରଣରୁ ରାଜ୍ୟର କିିିଛି ବିଧାୟକ ଓ ମନ୍ତ୍ରୀଙ୍କ ଉପରକୁ ଆକ୍ରମଣ କରିଛନ୍ତି ବିକ୍ଷୋଭକାରୀ। ଯାହାଫଳରେ ଅଶାନ୍ତି ଲାଗି ରହିଛି।

ସୂଚନାଥାଉକି, ୬ ଜଣ ଅପୃହତ ଜିରିବାମ ଜିଲ୍ଲାର ଦଙ୍ଗା ପ୍ରଭାବିତ ଗୋଟିଏ ପରିବାରର ସଦସ୍ୟ। ସେମାନେ ଏକ ରିଲିଫ୍‌ କ୍ୟାମ୍ପରେ ଥଇଥାନ ହୋଇଥିଲେ। ୧୧ତାରିଖ (ସୋମବାର) ସୁରକ୍ଷା କର୍ମୀଙ୍କ ଗୁଳିରେ ୧୦ କୁକି ଉଗ୍ରବାଦୀ ନିପାତ ହୋଇଥିଲେ। ଏହାର ପ୍ରତିବାଦରେ ଉଗ୍ରବାଦୀମାନେ ରିଲିଫ କ୍ୟାମ୍ପରେ ଆକ୍ରମଣ କରି ୩ ଜଣଙ୍କୁ ଗୁଳି କରି ହତ୍ୟା କରିବା ସହ ଏହି 6 ଜଣଙ୍କୁ ଅପହରଣ କରିନେଇଥିଲେ। ପୁଲିିସ ଓ କେନ୍ଦ୍ରୀୟ ଫୋର୍ସ ସର୍ଚ୍ଚ ଅପରେସନ କରି ସୁଦ୍ଧା ଏମାନଙ୍କୁ ଉଦ୍ଧାର କରିପାରିନଥିଲେ।

Leave A Reply

Your email address will not be published.