ଦଶମ ପିଲାଙ୍କ ପାଇଁ ବଡ଼ ଖବର: ବୃଦ୍ଧି ପାଇଲା ମାଟ୍ରିକ୍ ଫର୍ମ ପୂରଣ ଅବଧି
ଓଏଲ୍ ବ୍ୟୁରୋ: ୨୦୨୫ ମାଟ୍ରିକ ପରୀକ୍ଷା ଲାଗି ଫର୍ମ ପୂରଣ ନଭେମ୍ବର ୩ ଠାରୁ ଆରମ୍ଭ ହୋଇଥିଲା। ଏହା ନଭେମ୍ବର ୧୮ ତାରିଖ ଅର୍ଥାତ ଆଜି ରାତି ୧୧.୪୫ ମିନିଟ୍ଯାଏ ଫର୍ମ ପୂରଣ ପାଇଁ ଶେଷ ସମୟ ଥିବାବେଳେ ତାହା ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ମାଟ୍ରିକ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି।
ନଭେମ୍ବର ୨୫ ତାରିଖ ପର୍ଯ୍ୟନ୍ତ ମାଟ୍ରିକ୍ ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। ବାର୍ଷିକ HSC ସହ SOSC ଫର୍ମ ପୂରଣ ଅବଧି ବୃଦ୍ଧି କରାଯାଇଛି। bseodisha.ac.inରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।