ଚାଷୀଙ୍କୁ ସମବାୟ ମନ୍ତ୍ରୀଙ୍କ ଅପିଲ୍: କମ୍ ଦାମରେ ବିକନ୍ତୁ ନାହିଁ ଧାନ
୩୧୦୦ ଟଙ୍କାରେ ସବୁ ଧାନ ସରକାର ନେବେ
ଓଏଲ୍ ବ୍ୟୁରୋ: ଆସନ୍ତା ୨୦ ତାରିଖରୁ ବରଗଡ଼ରେ ଏବଂ ୨୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। ଏନେଇ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି, ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା କରିଛନ୍ତି। ତେବେ ଧାନ ବିକ୍ରି ପାଇଁ ସମସ୍ତ ବ୍ୟବସ୍ତା କରାଯାଇଥିବାବେଳେ ସିସିଟିଭି ଜଗିବ ଧାନ ଅନୁପ୍ରବେଶ। ଏନେଇ ସମବାୟ ମନ୍ତ୍ରୀ କହିଛନ୍ତି।
କମ ଦାମରେ ଧାନ ନ ଦେବାକୁ ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଅପିଲ୍ କରି କହିଛନ୍ତି, ରାଜ୍ୟ ବାହାର ଧାନ ବେପାରୀଙ୍କ ଉପରେ ସରକାର କଡ଼ା ନଜର ରଖିଛନ୍ତି। କାହା କଥାରେ ପଡ଼ି କମ ଦାମରେ କେଜିଏ ବି ଧାନ କାହାକୁ ଦିଅନ୍ତୁନି। ୩୧୦୦ ଟଙ୍କାରେ ସବୁ ଧାନ ସରକାର ନେବେ। ବାହାର ବେପାରୀ ଓ କଳାବଜାରୀଙ୍କ ଉପରେ ବିଭାଗ ତୀକ୍ଷଣ ନଜର ରଖିଛି। ସମସ୍ତ ବିଧାୟକ, ସ୍ଥାନୀୟ ନେତୃବୃନ୍ଦମାନଙ୍କୁ ଦାୟିତ୍ୱ ଦିଆଯାଇଛି। ମଣ୍ଡିରେ ଚାଷୀଙ୍କ ଲାଗି ଖାଦ୍ୟ ସହ ଶୌଚାଳୟ ବ୍ୟବସ୍ଥା ହୋଇଛି।ସୀମାବର୍ତ୍ତୀ ରାଜ୍ୟରୁ ଧାନ ଯେମିତି ନଆସିବ ସେଥିପାଇଁ ସିସିଟିଭି ଲଗାଯିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି।