Odisha Link
Bridging the Missing Links in Odisha

୩ ହାତୀ ମୃତ୍ୟୁ ଘଟଣା: ବନ କର୍ମଚାରୀ ନିଲମ୍ବିତ

ଓଏଲ୍‌ ବ୍ୟୁରୋ: ଏକକାଳୀନ ୩ ହାତୀ ମୃତ୍ୟୁ ଖବର ସାମ୍ନାକୁ ଆସିଛି। ସମ୍ବଲପୁର ନାକଟିଦେଉଳ ରେଞ୍ଜ ବୁରମାଳ ଜଙ୍ଗଲରୁ ୩ଟି ହାତୀଙ୍କ ମୃତଦେହ ଉଦ୍ଧାର ହୋଇଛି। ଦୁଇଟି ବଡ ହାତୀ ସହ ଗୋଟିଏ ଛୁଆ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହାତୀ ମୃତ୍ୟୁର ତଦନ୍ତ ଲାଗି JTFକୁ ନିର୍ଦ୍ଦେଶ ଦିଆଯାଇଥିଲା। ହାତୀ ମୃତ୍ୟୁ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ବିଦ୍ୟୁତ୍ ଆଘାତରେ ୩ ହାତୀ ମୃତ୍ୟୁ ଘଟଣାରେ ବନ ବିଭାଗ କଡା ଆକ୍ସନ ନିଆଯାଇଛି। ୩ ଜଣ କ୍ଷେତ୍ର ବନ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରିଛି ବନବିଭାଗ। ୨ ବରିଷ୍ଠ ବନ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ୍ ହୋଇଛି। ଜଙ୍ଗଲ ଭିତରେ ବିଦ୍ୟୁତ୍ ଲଗେଇ ଥିବା ୪ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଗିରଫ ହୋଇଥିବାବେଳେ ଜଣେ ଫେରାର ରହିଛନ୍ତି। ଫେରାର ଅଭିଯୁକ୍ତଙ୍କୁ ପୁଲିସ ସହାୟତାରେ ବନ ବିଭାଗ ଖୋଜୁଛି।

ସୂଚନା ଅନୁସାରେ, ୩ ହାତୀଙ୍କ ମୃତ୍ୟୁ ଘଟଣାରେ PCCF ସୁଶାନ୍ତ ନନ୍ଦ କହିଥିଲେ, ଏକକାଳୀନ ୩ ହାତୀ ମୃତ୍ୟୁକୁ ଦୁର୍ଭଗ୍ୟଜନକ। ପ୍ରାଥମିକ ଆକଳନରୁ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ସନ୍ଦେହ କରାଯାଉଛି। ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଘଟଣ ଘଟିଛି। ଘଟଣାସ୍ଥଳକୁ ଯାଇ ତଦନ୍ତ କରିବାକୁ JTFକୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାରେ ଉଭୟ ବନ ଓ ବିଦ୍ୟୁତ୍‌ ବିଭାଗର ତ୍ରୁଟି ରହିଛି। ଯାହାର ତ୍ରୁଟି ଥିବ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୁଶାନ୍ତ ନନ୍ଦ କହିଥିଲେ।

ସେପଟେ ୩ଟି ହାତୀ ମୃତ୍ୟୁ ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଦେଶ ଗସ୍ତରେ ଥିଲେ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପରାମର୍ଶ ଦେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.