୨୬ରୁ ବିଧାନସଭାର ଶୀତକାଳୀନ ଅଧିବେଶନ, ୨୫ରେ ସର୍ବଦଳୀୟ ବୈଠକ

ଓଏଲ୍ ବ୍ୟୁରୋ: ନଭେମ୍ବର ୨୬ରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ଶୀତକାଳୀନ ଅଧିବେଶନ ଚାଲିବ। ଶୀତକାଳୀନ ଅଧିବେଶନ ପୂର୍ବରୁ ୨୫ରେ ସର୍ବଦଳୀୟ ବୈଠକ ବସିବ। ଗୃହ ସୁପରିଚାଳନା ନେଇ ବୈଠକରେ ଆଲୋଚନା ହେବ। ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।
ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ ନଭେମ୍ବର ୨୬ ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି। ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିବ।