ବାଲିଯାତ୍ରାକୁ ମିଳୁ ଜାତୀୟ ମାନ୍ୟତା: ବିଜେଡି

ଓଏଲ୍ ବ୍ୟୁରୋ: ବାଲିଯାତ୍ରାକୁ ଦିଆଯାଉ ଜାତୀୟ ମାନ୍ୟତା। କଟକ ବାଲିଯାତ୍ରାକୁ ମାନ୍ୟତା ମିଳିଲେ କୁମ୍ଭମେଳା ପରି ଆୟୋଜନ କରିବେ କେନ୍ଦ୍ର ସରକାର ବୋଲି ବିଜେଡି ଦାବି କରିଛି। ବାଲିଯାତ୍ରାକୁ ଯାଇ ଦାବି କଲେନି ମୁଖ୍ୟମନ୍ତ୍ରୀ। ବାଲିଯାତ୍ରା ଅବ୍ୟବସ୍ଥା ନେଇ ବିଜେପି ଉପରେ ବର୍ଷିଲା ବିଜେଡି।
ଅନ୍ୟପଟେ, ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନ ଅବ୍ୟବସ୍ଥାକୁ ନେଇ ସବୁଠି ଚର୍ଚ୍ଚା। ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜେ ରାଗିଥିଲେ। ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ଏଥର। ଏବେ ବାରବାଟୀ-କଟକ ବିଧାୟିକା ତଥା କଂଗ୍ରେସ ନେତ୍ରୀ ସୋଫିଆ ଫିରୋଦସ ଆଣିଛନ୍ତି ବଡ଼ ଅଭିଯୋଗ।
ସୋଫିଆ କହିଛନ୍ତି, ଚଳିତ ବାଲିଯାତ୍ରାରେ ଘୋର ଅବ୍ୟବସ୍ଥା ଦେଖା ଦେଇଛି। ପରିଚାଳନାରେ ବିଶେଷ ତ୍ରୁଟି ଦେଖିବାକୁ ମିଳିଛି। ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନାମ ନିମନ୍ତ୍ରଣ ପତ୍ରରେ ନଥିଲା। ଏଭଳି ମନମାନି କାମ ଅଫିସର ମାନେ ହିଁ କରିଛନ୍ତି। ଯାହା ବି ତ୍ରୁଟି ସାମ୍ନାକୁ ଆସିବ ତାକୁ ଆମେ ବିରୋଧ କରିବୁ ବୋଲି କହିଛନ୍ତି ସୋଫିଆ।