Odisha Link
Bridging the Missing Links in Odisha

ରାଜ୍ୟରେ ଡବଲ ଇଞ୍ଜିନ ଅକାମୀ: ବିଜେଡି ମୁଖପାତ୍ର

ଓଏଲ୍‌ ବ୍ୟୁରୋ: ବାଲିଯାତ୍ରାକୁ ଦିଆଯାଉ ଜାତୀୟ ମାନ୍ୟତା। କଟକ ବାଲିଯାତ୍ରାକୁ ମାନ୍ୟତା ମିଳିଲେ କୁମ୍ଭମେଳା ପରି ଆୟୋଜନ କରିବେ କେନ୍ଦ୍ର ସରକାର ବୋଲି ବିଜେଡି ଦାବି କରିଛି। ବାଲିଯାତ୍ରା ଆୟୋଜନରେ ରାଜ୍ୟ ସରକାରଙ୍କ ତ୍ରୁଟି ଓ ଜିଲ୍ଲା ପ୍ରଶାସନର ଅପାରଗତା ଜଳଜଳ ହୋଇ ଦେଖାଦେଉଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ବାଲିଯାତ୍ରା ଗଲେ ହେଲେ ଜିଲ୍ଲା ପ୍ରଶାସନ ତାଙ୍କୁ ଇ-ଭେଇକିଲ ଯୋଗାଇ ପାରିଲାନି। ଯେଉଁଥିଲାଗି ମୁଖ୍ୟମନ୍ତ୍ରୀ ବିଷୋଦଗାର କଲେ। ମୁଖ୍ୟମନ୍ତ୍ରୀ ଦହିବରା ଖାଇଲେ ହେଲେ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନେଇ କହିଲେନି। ରାଜ୍ୟରେ ଡବଲ ଇଞ୍ଜିନ୍ ଅକାମୀ ହୋଇଛି ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି।

ଲେନିନ୍ ଆହୁରି ମଧ୍ୟ କହିଛନ୍ତି, କଟକ ଜିଲ୍ଲାପାଳ ଓ ଏସପି ସରକାରଙ୍କ ଚାଟୁକାର ସାଜିଛନ୍ତି। ଆମ ପାଖେ ତଥ୍ୟ ଅଛି ବିଜେପି ନେତାଙ୍କ ଛଡା ଅନ୍ୟ କାହାରିକୁ ଚଢାଇ ନଦେବା ପାଇଁ। ବାଲିଯାତ୍ରାରେ କଟକ ସଦର ବିଧାୟକ ପ୍ରକାଶ ବେହେରା ବିକୃତ ଇଂରାଜୀରେ ଭାଷଣ ଦେଲେ। ଏହା କଣ ଓଡ଼ିଆ ଅସ୍ମିତା। ବାଲିଯାତ୍ରାର ପରିଚାଳନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କଟାକ୍ଷ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି।

ଅନ୍ୟପଟେ, ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା ଆୟୋଜନ ଅବ୍ୟବସ୍ଥାକୁ ନେଇ ସବୁଠି ଚର୍ଚ୍ଚା। ବାଲିଯାତ୍ରା ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ନିଜେ ରାଗିଥିଲେ। ବାଲିଯାତ୍ରାର ପ୍ରଥମ ଦିନରୁ ହିଁ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା ଏଥର। ଏବେ ବାରବାଟୀ-କଟକ ବିଧାୟିକା ତଥା କଂଗ୍ରେସ ନେତ୍ରୀ ସୋଫିଆ ଫିରୋଦସ ଆଣିଛନ୍ତି ବଡ଼ ଅଭିଯୋଗ।

ସୋଫିଆ କହିଛନ୍ତି, ଚଳିତ ବାଲିଯାତ୍ରାରେ ଘୋର ଅବ୍ୟବସ୍ଥା ଦେଖା ଦେଇଛି। ପରିଚାଳନାରେ ବିଶେଷ ତ୍ରୁଟି ଦେଖିବାକୁ ମିଳିଛି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନାମ ନିମନ୍ତ୍ରଣ ପତ୍ରରେ ନଥିଲା। ଏଭଳି ମନମାନି କାମ ଅଫିସର ମାନେ ହିଁ କରିଛନ୍ତି। ଯାହା ବି ତ୍ରୁଟି ସାମ୍ନାକୁ ଆସିବ ତାକୁ ଆମେ ବିରୋଧ କରିବୁ ବୋଲି କହିଛନ୍ତି ସୋଫିଆ।

Leave A Reply

Your email address will not be published.