Odisha Link
Bridging the Missing Links in Odisha

ମହାରାଷ୍ଟ୍ର ଓ ଝାଡ଼ଖଣ୍ଡ ବିଧାନସଭା‌ ନିର୍ବାଚନ: କାଲି ପଡ଼ିବ ଭୋଟ୍

ଓଏଲ୍‌ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଏବଂ ଝାଡ଼ଖଣ୍ଡ ବିଧାନସଭା‌ ନିର୍ବାଚନ ପାଇଁ ଗତକାଲି ପ୍ରଚାର କାର୍ଯ୍ୟକ୍ରମ ଶେଷ ହୋଇଛି। ମହାରାଷ୍ଟ୍ରରେ ସମସ୍ତ ୨୮୮ ବିଧାନସଭା ଆସନରେ ଗୋଟିଏ ପର୍ଯ୍ୟାୟରେ ଆସନ୍ତକାଲି ନଭେମ୍ବର ୨୦ରେ ଭୋଟ୍‌ ଗ୍ରହଣ ହେବ।

ଅନ୍ୟପକ୍ଷେ ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟରେ ୩୮ ବିଧାନସଭା ଆସନରେ ୨୦ ତାରିଖରେ ଭୋଟ୍‌ ଗ୍ରହଣ ହେବ। ଉଭୟ ରାଜ୍ୟର ନିର୍ବାଚନ ଫଳ ନଭେମ୍ବର ୨୩ ତାରିଖରେ ଆସିବ। ମୋଟ୍‌ ୪,୧୩୬ ପ୍ରାର୍ଥୀ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଏମାନଙ୍କ ମଧ୍ୟରେ ୨,୦୮୬ ଜଣ ସ୍ବାଧୀନ ପ୍ରାର୍ଥୀ।

ସେହିପରି ଝାଡ଼ଖଣ୍ଡରେ ଦ୍ବିତୀୟ ପର୍ଯ୍ୟାୟରେ ମୋଟ୍‌ ୫୨୮ ଜଣ ପ୍ରାର୍ଥୀ ଅଛନ୍ତି। ସେମାନଙ୍କ ମଧ୍ୟରେ ୪୭୨ ପୁରୁଷ ଥିବାବେଳେ ୫୫ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ଗତ ୧୩ ତାରିଖରେ ୪୩ ଆସନରେ ଝାଡ଼ଖଣ୍ଡର ପ୍ରଥମ ପର୍ଯ୍ୟାୟ ଭୋଟ ହୋଇଥିଲା।

Leave A Reply

Your email address will not be published.