ବନ୍ଧା ହେଲେ କୋଟିପତି ଉପଜିଲ୍ଲାପାଳ, ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ। କାଲି ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ନାୟକଙ୍କ ଘରେ ରେଡ୍ ହୋଇଥିଲା। ରେଡ ବେଳେ ଉପଜିଲ୍ଲାପାଳଙ୍କର ବିପୁଳ ସଂପତ୍ତି ଠାବ ହୋଇଥିଲା। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯାଗରେ ଏକାକାଳୀନ ୧୦ଟି ସ୍ଥାନରେ ରେଡ୍ କରାଯାଇଥିଲା।
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଢେଙ୍କାନାଳ କାମାକ୍ଷାନଗର ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ନାୟକଙ୍କ ଘରେ ରେଡ୍ ବେଳେ ଉପଜିଲ୍ଲାପାଳଙ୍କ ୧୪ଟି ଦାମୀ ପ୍ଲଟ୍ ଠାବ ହୋଇଛି। ଭୁବନେଶ୍ବରରୁ ୨ଟି କୋଠା(ଗୋଟିଏ ୩ ମହଲା), ୩୬୬ ଗ୍ରାମ ସୁନା, ନଗଦ ୧.୪୮ ଲକ୍ଷ ଟଙ୍କା, ଗୋଟିଏ ୨ ଚକିଆ ଗାଡ଼ି ଜବତ ହୋଇଛି।