ମହାରାଷ୍ଟ୍ର ନିର୍ବାଚନର ଦିନକ ପୂର୍ବରୁ ମହାନାଟକ, ବିଜେପି ନେତାଙ୍କ ନାମରେ ଆସିଲା ବଡ଼ ଅଭିଯୋଗ
ଓଏଲ୍ ବ୍ୟୁରୋ: ରାତି ପାହିଲେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ। ସମସ୍ତ ୨୮୮ଟି ଆସନରେ ହେବ ମତଦାନ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ହେଲେ ଏବେ ମହାରାଷ୍ଟ୍ର ରାଜନୀତିରେ ମହାନାଟକ ଦେଖିବାକୁ ମିଳିଛି। ପାଲଘରର ବିରାର ପାଖରେ ଥିବା ଏକ ହୋଟେଲରେ ଭାରତୀୟ ଜନତା ପାର୍ଟି ଓ ବହୁୁଜନ ବିକାସ ଅଘାଡ଼ି କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ଝଗଡ଼ା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ବିଜେପି ମହାସଚିବ ବିନୋଦ ତାଓ୍ବେଡଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ। ସେ ଭୋଟ୍ ପାଇଁ ଲୋକଙ୍କୁ ଟଙ୍କା ବାଣ୍ଟିଥିବା ଅଭିଯୋଗ ହୋଇଛି।
ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବିଜେପି କର୍ମୀ ଏକ ବ୍ୟାଗରୁ ନଗଦ ଟଙ୍କା ନେଉଥିବାବେଳେ ତାୱଡେ କିଛି ଦୂରରେ ବସିଛନ୍ତି। ସେମାନେ ତାଙ୍କ ସହ ଫଟୋ ଏବଂ ଭିଡିଓ ଶୁଟ୍ କରିବାକୁ ଆସୁ ଥିବାବେଳେ ବ୍ୟାଗଟି ତାଙ୍କର ନୁହେଁ ବୋଲି ତାୱେଡେ କହୁଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଭିଡିଓ ଭାଇରାଲ୍ ହେବା ସତ୍ତ୍ୱେ ଏସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି ତାୱଡେ। ସେ କୌଣସି ଟଙ୍କା ବାଣ୍ଟି ନଥିବା କହିଛନ୍ତି।
ହିତେନ୍ଦ୍ର ଠାକୁର ଅଭିଯୋଗ କରିଛନ୍ତି ଯେ, ସେମାନେ ନଗଦ ବ୍ୟତୀତ ତାୱଡେଙ୍କ ଠାରୁ ଦୁଇଟି ଡାଏରୀ ଜବତ କରିଛନ୍ତି। କିନ୍ତୁ ଡାଏରୀରରେ କିଛି ଲେଖାଯାଇ ନାହିଁ। ତାୱଡେ ସେମାନଙ୍କୁ କ୍ଷମା ମାଗି ହୋଟେଲରୁ ଯିବାକୁ ଦେବା ପାଇଁ ଅନୁରୋଧ କରିଥିବା ବହୁଜନ ବିକାଶ ଅଗାଡି ଦଳ ନେତା କହିଛନ୍ତି