Odisha Link
Bridging the Missing Links in Odisha

କାଲିଠୁ ଧାନ କିଣା ଆରମ୍ଭ, ବର୍ଦ୍ଧିତ ଏମ୍ଏସପି ସହ ଚାଷୀଙ୍କୁ ମିଳିବ ବୋନସ୍

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ୨୦ ତାରିଖରୁ ବରଗଡ଼ରେ ଏବଂ ୨୨ ତାରିଖରୁ ସମ୍ବଲପୁର ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ହେବ। ଏନେଇ ବିଭିନ୍ନ ବିଭାଗ ପକ୍ଷରୁ ହୋଇଥିବା ପ୍ରସ୍ତୁତି, ଧାନ କିଣା ପ୍ରକ୍ରିୟା ଯେପରି ସୁରୁଖୁରୁରେ ହେବ ସେନେଇ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତୀକରଣ ମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା କରିଛନ୍ତି।

ସୂଚନା ଅନୁସାରେ, ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଉପରେ ୮୦୦ଟଙ୍କା ଅଧିକ ଦିଆଯାଉଥିବାରୁ ଏହାକୁ ଯେପରି ସମସ୍ତ ଚାଷୀଙ୍କୁ ମିଳିବ ତାହା ନିଶ୍ଚିତ କରିବାକୁ କୁହାଯାଇଛି। ଡିସେମ୍ବର ୭ତାରିଖ ସୁଦ୍ଧା ଯେଉଁ ଚାଷୀମାନେ ମଣ୍ଡିରେ ଧାନ ଦେଇଥିବେ ସେମାନଙ୍କୁ ୮ତାରିଖରେ ସୋହେଲାରେ ହେବାକୁ ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୁଇଣ୍ଟାଲ ପିଛା ୮୦୦ଟଙ୍କା ଦେବେ ବୋଲି କୁହାଯାଇଛି।

ସେହିପରି ଧାନର ମାନ ପରୀକ୍ଷଣ ପାଇଁ ଅଟୋମେଟିକ ଗ୍ରେନ ଆନାଲାଇଜର ବ୍ୟବହାର କରାଯିବ। ୪୦୦୦ ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ଥିବା ୨୦୦ଟି ବୃହତ ମଣ୍ଡିରେ ଏହି ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ଲଗାଯିବ। ଏହାସହ ଆଦ୍ରତା ପରୀକ୍ଷଣ ମେସିନ ମଧ୍ୟ ବ୍ୟବସ୍ଥା କରାଯାଇଛି। କଟ୍ନି ଛଟ୍ନିକୁ ବନ୍ଦ କରିବା ପାଇଁ ମିଲରମାନେ ମଣ୍ଡିରେ ଉପସ୍ଥିତ ରହିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.