ଏବେ ବି ଅଲୋଡ଼ା ଶିଶୁ କନ୍ୟା! ଟଙ୍କା ପାଇଁ ବିକି ଦେଲା ମାଆ
ଓଏଲ୍ ବ୍ୟୁରୋ: ଆଜି ବି କ’ଣ ଅବହେଳିତ ଶିଶୁକନ୍ୟା! ଆଜି ବି ଏ ଦୁନିଆଁ କ’ଣ କନ୍ୟାକୁ ବୋଝ ବୋଲି ଭାବୁଛି। ସରକାରଙ୍କ ଯୋଜନା ପରେ ବି କାହିଁକି ଶିଶୁକନ୍ୟା ଜନ୍ମ ହେଲେ ବାପା ମା’ଙ୍କ ମନରେ ଦୁଃଖ ଆସିଯାଉଛି ବୋଲି ଚାରିଆଡେ ପ୍ରଶ୍ନ ସୃଷ୍ଟି ହେଉଛି। ତେବେ ଏସବୁ ଭିତରେ ପୁଣି ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି, ଯାହା ଅତ୍ୟନ୍ତ ହୃଦୟବିଦାରକ। ରାୟଗଡ଼ାରେ ଶିଶୁ କନ୍ୟାକୁ ବିକି ଦେଲା ମାଆ।
ରାୟଗଡ଼ାରେ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କା ପାଇଁ ମାଆ ବିକ୍ରି କରିଥିବା ଖବର ସାମ୍ନାକୁ ଆସିଛି। ଜେକେପୁର ଚାନ୍ଦିଲି ଥାନା ନୂଆପଡ଼ା ସାହିରେ ଏହି ଘଟଣା ଘଟିଛି। ୨୦ ହଜାର ଟଙ୍କା ପାଇଁ ବିକ୍ରି ହୋଇଥିବା ନବଜାତ ଶିଶୁ କନ୍ୟା ବର୍ତ୍ତମାନ ଆନ୍ଧ୍ରରେ ଥିବା ସୂଚନା ରହିଛି। ତେବେ ଅଭାବ କାରଣରୁ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କାରେ ମାଆ ବିକ୍ରି କରିଥିବା କୁହାଯାଉଛି। ନୂଆପଡା ସାହିରେ ପହଞ୍ଚି CWC ତଦନ୍ତ ଆରମ୍ଭ କରିଛି।