ଅଭାବରୁ ଶିଶୁବିକ୍ରି ଅଭିଯୋଗ: ସିଡବ୍ଲ୍ୟୁସିଙ୍କୁ ଶିଶୁକନ୍ୟା ହସ୍ତାନ୍ତର କଲେ ଆନ୍ଧ୍ର ଦମ୍ପତି
ଓଏଲ୍ ବ୍ୟୁରୋ: ରାୟଗଡ଼ାରେ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କା ପାଇଁ ମାଆ ବିକ୍ରି କରିଥିବା ଖବର ସାମ୍ନାକୁ ଆସିଥିଲା। ଜେକେପୁର ଚାନ୍ଦିଲି ଥାନା ନୂଆପଡ଼ା ସାହିରେ ଏହି ଘଟଣା ଘଟିଛି। ୨୦ ହଜାର ଟଙ୍କା ପାଇଁ ବିକ୍ରି ହୋଇଥିବା ନବଜାତ ଶିଶୁ କନ୍ୟା ଆନ୍ଧ୍ରରେ ଥିବା ସୂଚନା ମିଳିଥିଲା। ତେବେ ଅଭାବ କାରଣରୁ ଶିଶୁ କନ୍ୟାକୁ ୨୦ ହଜାର ଟଙ୍କାରେ ମାଆ ବିକ୍ରି କରିଥିବା କୁହାଯାଉଛି। ନୂଆପଡା ସାହିରେ ପହଞ୍ଚି CWC ତଦନ୍ତ ଆରମ୍ଭ କରିବା ପରେ ଉପଜିଲ୍ଲାପାଳ ତଦନ୍ତ ପାଇଁ ପହଂଚିଛନ୍ତି।
ରାୟଗଡ଼ାରେ ୯ ଦିନର ଶିଶୁ କନ୍ୟା ବିକ୍ରି ଅଭିଯୋଗର ପ୍ରଶାସନିକ ତଦନ୍ତ ଜାରି ରହିଥିବାବେଳେ ଦାରିଦ୍ର୍ୟ ପାଇଁ ବିକ୍ରି ଅଭିଯୋଗ ନେଇ ବାପା, ମାଆଙ୍କୁ ପଚରାଉଚରା କରାଯାଉଛି। ତେବେ ଶିଶୁ କନ୍ୟାକୁ ସିଡବ୍ଲ୍ୟୁସିଙ୍କୁ ହସ୍ତାନ୍ତର କରିଛନ୍ତି କିଣିଥିବା ଆନ୍ଧ୍ର ଦମ୍ପତି। ବାପା, ମାଆଙ୍କ ସମ୍ମତି ଅନୁସାରେ କୋର୍ଟ ପେପର କରିଥିବା କହିଛନ୍ତି। ତେବେ ଆମେ ସରକାରୀ ନିୟମ ଜାଣିନୁ, ଯାହା ନିୟମ ଅଛି ତାକୁ ମାନିବୁ ବୋଲି ଆନ୍ଧ୍ର ଦମ୍ପତି କହିଛନ୍ତି।