ବାତ୍ୟା ‘ଦାନା’: ୨୪ରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ୍
ଓଏଲ୍ ବ୍ୟୁରୋ: ବାତ୍ୟା ‘ଦାନା’ ଓ ପରବର୍ତ୍ତୀ ବନ୍ୟା ଯୋଗୁଁ ଉପକୂଳ ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କ୍ଷୟକ୍ଷତିର ଆକଳନ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇସାରିଛି। ବାତ୍ୟା ଦାନା କ୍ଷତି ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଓଡ଼ିଶା ଆସିବେ। ଆସନ୍ତା ୨୪ ତାରିଖରେ ଟିମ୍ ପହଞ୍ଚିବ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।
ଆସନ୍ତା ୨୪ରୁ ୨୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ଟିମ୍ ରହିବେ। ଗୃହ ମନ୍ତ୍ରାଳୟ ଯୁଗ୍ମ ସଚିବ ପି.କେ ରାୟଙ୍କ ନେତୃତ୍ବରେ ଆସିବ ଟିମ୍। ୭ ଜଣିଆ ଟିମ୍ ଆସିବେ, କ୍ଷତିଗ୍ରସ୍ତ ଜିଲ୍ଲା ଗସ୍ତ କରିବେ। ୨୫ରେ ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଯିବ ଟିମ୍। ଜିଲ୍ଲାରୁ ଫେରିବା ପରେ ୨୬ରେ ଭୁବନେଶ୍ବରରେ ଅଧିକାରୀଙ୍କ ସହ ମିଟିଂ କରିବେ। କେନ୍ଦ୍ରୀୟ ଟିମ୍ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିବେ।