୨୯ରୁ ଡିଜିପି ସମ୍ମିଳନୀ, ଯୋଗ ଦେବେ ପ୍ରଧାନମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଆସନ୍ତା ୨୯ ତାରିଖରୁ ରାଜ୍ୟର ରାଜଧାନୀ ଭୁବନେଶ୍ୱରରେ ୩ ଦିନିଆ ଡିଜିପି ସମ୍ମିଳନୀ ହେବାକୁ ଯାଉଛି। ୩ ଦିନିଆ ଡିଜିପି ସମ୍ମିଳନୀ ଲୋକସେବା ଭବନରେ ଅନୁଷ୍ଠିତ ହେବ। ସମ୍ମିଳନୀ ନେଇ ପୁଲିସ ଡିଜି ୱାଇ.ବି ଖୁରାନିଆ ସୂଚନା ଦେଇଛନ୍ତି। ପୁଲିସ ଡିଜି ୱାଇ.ବି ଖୁରାନିଆ କହିଛନ୍ତି, ଜାତୀୟ ଅନ୍ତର୍ଜାତୀୟ ସୁରକ୍ଷା ଉପରେ ଆଲୋଚନା ହେବ। ସବୁ ରାଜ୍ୟର ସମସ୍ୟା ଉପରେ ଆଲୋଚନା କରାଯିବ।
ସମ୍ମିଳନୀ ପାଇଁ ସାରା ରାଜ୍ୟରେ ପୋଲିସର ସ୍ପେଶାଲ ଡ୍ରାଇଭ। ସବୁ ଜିଲ୍ଲାର ଏସ୍ପିମାନଙ୍କୁ ଡ୍ରାଇଭ ପାଇଁ ନିର୍ଦେଶ ରହିଛି। ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ ଓ ସବୁ ରାଜ୍ୟ ପୁଲିସ ଡିଜି ଆସିବେ। ଓଡ଼ିଶା ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହି ସମ୍ମିଳନୀରେ ଦେଶର ସମସ୍ତ ରାଜ୍ୟର ପୁଲିସ ମହାନିର୍ଦ୍ଦେଶକ ଯୋଗଦେବେ। ସମ୍ମିଳନୀରେ ମାଓ ମୁକାବିଲା, ଆଇନଶୃଙ୍ଖଳା ଉପରେ ଆଲୋଚନା ହେବ ବୋଲି ଆଇପିଏସ୍ ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି।