Odisha Link
Bridging the Missing Links in Odisha

ଟି-୨୦ରେ ହାର୍ଦ୍ଦିକଙ୍କ ରାଜୁତି

ଓଏଲ୍‌ ବ୍ୟୁରୋ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ଆଇସିସି ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଦବଦବା। ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଖେଳାଳି ତିଲକ ବର୍ମା ୩ୟ ସ୍ଥାନରେ ରହିଥିବା ବେଳେ ଅଲରାଉଣ୍ଡର ତାଲିକାର ପ୍ରଥମ ସ୍ଥାନରେ ରହିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ସେ ଟି-୨୦ ଆନ୍ତର୍ଜାତୀୟ ମାନ୍ୟତାରେ ପ୍ରଥମ ଅଲରାଉଣ୍ଡର ହେବା ପାଇଁ ଇଂଲଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍‌ଙ୍କୁ ପଛରେ ପକାଇଛନ୍ତି।

ଟିମ୍‌ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଉଭୟ ବୋଲିଂ ଏବଂ ବ୍ୟାଟିଂରେ ଟପ୍‌ ଫର୍ମରେ ଅଛନ୍ତି । ୨୦୨୪ ମସିହାରେ ହାର୍ଦ୍ଦିକ ପାଣ୍ଡ୍ୟା ଟି-୨୦ ଇଣ୍ଟରନ୍ୟାସନାଲରେ ୩୫୨ ରନ୍ ସଂଗ୍ରହ କରିଛନ୍ତି। ଏହା ସହିତ ସେ ଚଳିତ ବର୍ଷ ୧୬ଟି ୱିକେଟ୍ ନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ ହାର୍ଦ୍ଦିକ ଚମତ୍କାର ବୋଲିଂ କରିଥିଲେ। ଏହି ମ୍ୟାଚରେ ହାର୍ଦ୍ଦିକ ତିନି ଓଭରରେ ଗୋଟିଏ ମେଡେନ ଓଭର ସହିତ ମାତ୍ର ଆଠ ରନ୍ ଦେଇ ଗୋଟିଏ ୱିକେଟ୍ ନେଇଥିଲେ।

ଟି-୨୦ ଇଣ୍ଟରନ୍ୟାସନାଲ୍‌ର ସର୍ବଶେଷ ରାଙ୍କିଙ୍ଗରେ ହାର୍ଦ୍ଦିକ ପାଣ୍ଡ୍ୟା ୨୪୪ ରେଟିଂ ପଏଣ୍ଟ ସହ ଏକ ନମ୍ବରରେ ଅଛନ୍ତି। ନେପାଳର ଦୀପେନ୍ଦ୍ର ସିଂ ଆରି ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଏହାପୂର୍ବରୁ ଇଂଲଣ୍ଡର ଲିଆମ୍ ଲିଭିଙ୍ଗଷ୍ଟୋନ୍ ଶୀର୍ଷରେ ଥିଲେ। କିନ୍ତୁ ବର୍ତ୍ତମାନ ସେ ଦୁଇଟି ସ୍ଥାନକୁ ଖସି ଆସିଛନ୍ତି। ଲିଭିଙ୍ଗଷ୍ଟୋନ୍ ବର୍ତ୍ତମାନ ତିନି ନମ୍ବରରେ ପହଞ୍ଚିଛି। ସର୍ବଶେଷ ଆଇସିସି ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ମାର୍କସ ଷ୍ଟୋଇନିସ୍ ଚତୁର୍ଥ ସ୍ଥାନରେ, ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ୱାନିନ୍ଦୁ ହାସାରଙ୍ଗା ପଞ୍ଚମ ସ୍ଥାନରେ ଅଛନ୍ତି।

Leave A Reply

Your email address will not be published.