Odisha Link
Bridging the Missing Links in Odisha

କଟକରେ ଦୁଷ୍କର୍ମ: ଧରାପଡ଼ିଲା ଅଭିଯୁକ୍ତ, ଚିକିତ୍ସାଳୟରେ ପୀଡ଼ିତା

ଓଏଲ୍‌ ବ୍ୟୁରୋ: ଦିନକୁ ଦିନକୁ ବଢ଼ି ଚାଲିଛି ଦୁଷ୍କର୍ମ ଜନିତ ମାମଲା। ଅସୁରିକ୍ଷିତ ହେବାରେ ଲାଗିଛି ଟ୍ୱିନ ସିଟି। ପୁଣି ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ବାରଙ୍ଗ ତ୍ରିଶୁଳିଆରୁ ଆସିଛି ଏଭଳି ଛାତିଥରା ଖବର। ମାତ୍ର ୮ ବର୍ଷର ଶିଶୁକୁ ବି ଛାଡ଼ିଲାନି ପିଶାଚ। ଦୁଷ୍କର୍ମ କରି ଅଭିଯୁକ୍ତ ଜଣଙ୍କ ଫେରାର ଥିବାବେଳେ ପୁଲିସ କାବୁ କରିଛି।

ସୂଚନା ଅନୁସାରେ, କଟକରେ ଲଜ୍ଜାଜନକ ଘଟଣା ଘଟିଛି। ୮ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ପୀଡିତା ଶିଶୁ କନ୍ୟାକୁ ଗୁରୁତର ଅବସ୍ଥାରେ କଟର ଶିଶୁ ଭବନରେ ଭର୍ତ୍ତି କରାଯାଇଥିବାବେଳେ ଅଧିକ ଚିକିତ୍ସା ପାଇଁ କଟକ ବଡ ମେଡିକାଲ ସ୍ତାନାନ୍ତର କରାଯାଇଛି। ଏନେଇ ଥାନାରେ ପରିବାର ପକ୍ଷରୁ ମାମଲା କରାଯାଇଛି।

ଅନ୍ୟପଟେ, ୮ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତ୍ରିଶୁଳିଆ ଅଞ୍ଚଳରୁ ଗିରଫ କଲା ବାରଙ୍ଗ ଥାନା ପୁଲିସ। ତେବେ ଅଭିଯୁକ୍ତ ଜଣକ ପୀଡ଼ିତାଙ୍କ ବାପା ମା’ କାମ କରୁଥିବା ଇଟାଭାଟିରେ କାମ କରୁଥିବା ସୂଚନା ରହିଛି।

କଟକ ଡିସିପିଙ୍କ ସୂଚନା ଅନୁସାରେ, ଅଭିଯୁକ୍ତ ଜଣଙ୍କ ଝାଡ଼ଖଣ୍ଡ ଅଞ୍ଚଳର। ସେ ତ୍ରିଶୁଳିଆରେ କାମ ରହି କାମ କରୁଥିଲା। ପୀଡିତା ଶିଶୁ କନ୍ୟାର ବାପା-ମା ମଧ୍ୟ ତ୍ରିଶୁଳିଆରେ ଏକ ଇଟାଭାଟି ରେ କାମ କରନ୍ତି। ସେମାନେ ନୟାଗଡ଼ର ବାସିନ୍ଦା।

Leave A Reply

Your email address will not be published.