ଭିଜିଲାନ୍ସ ପଞ୍ଝାରେ ଖାଦ୍ୟ ଯୋଗାଣ ଅଧିକାରୀ
ଓଏଲ୍ ବ୍ୟୁରୋ: ଭିଜିଲାନ୍ସ ପଞ୍ଝାରେ ସିଏସ୍ଓ। ସୁବର୍ଣ୍ଣପୁର ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍ କରାଯାଉଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଖାଦ୍ୟ ଯୋଗାଣ ଅଧିକାରୀ (CSO) ସୁରେଶ ପାଣିଗ୍ରାହୀଙ୍କ ଘରେ ରେଡ୍ ଚାଲିଛି। ସୁରେଶ ପାଣିଗ୍ରାହୀଙ୍କ ଭଡାଘର ଓ କାର୍ଯ୍ୟାଳୟ ସମେତ ୧୧ଟି ସ୍ଥାନରେ ରେଡ୍ ଚାଲିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ବର, ସମ୍ବଲପୁର, ବଲାଙ୍ଗିର, ବରଗଡ଼, ସୁବର୍ଣ୍ଣପୁରରେ ରେଡ୍ ଚାଲିଛି।