ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ: ଉନ୍ମୋଚିତ ହେଲା ସ୍ୱତନ୍ତ୍ର ଷ୍ଟାମ୍ପ

ଓଏଲ୍ ବ୍ୟୁରୋ: ଦିଲ୍ଲୀ ବିଜ୍ଞାନ ଭବନରେ ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜୟନ୍ତୀ ଆୟୋଜିତ ହୋଇଯାଇଛି। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ସମାରୋହ ଶୁଭାରମ୍ଭ ହୋଇଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ମହତାବଙ୍କୁ ନେଇ ସୁଦୃଶ୍ୟ ଫଟୋଚିତ୍ର ପ୍ରଦର୍ଶନୀ ହୋଇଛି। ମହତାବଙ୍କ ଉପରେ ଏକ ଷ୍ଟାମ୍ପ ଏବଂ ମୁଦ୍ରା ଉନ୍ମୋଚନ କରାଯାଇଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ପ୍ରମୁଖ ଉପସ୍ଥିତ ରହିଥିଲେ।