ମନ୍ତ୍ରୀଙ୍କ ସୂଚନା: ଓଡ଼ିଶାରେ ପ୍ରତିଷ୍ଠା ହେବ ପଶୁସମ୍ପଦ ବିଶ୍ବବିଦ୍ୟାଳୟ
ଓଏଲ୍ ବ୍ୟୁରୋ: ସୁଦୃଢ଼ ହେବ ପଶୁସମ୍ପଦ ବିଭାଗ। ଓଡ଼ିଶାରେ ପ୍ରତିଷ୍ଠା ମତ୍ସ୍ୟ ଓ ପଶୁସମ୍ପଦ ବିଶ୍ବ ବିଦ୍ୟାଳୟ। ଏନେଇ ସୂଚନା ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସମ୍ବଲପୁରରେ ୧୦୦ ଏକର ଜମିରେ ଆକୁଆ ପାର୍କ ପ୍ରତିଷ୍ଠା ହେବ। ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ଓଡ଼ିଶା ସାରା ଦେଶରେ ନଂ ୪। ଆଗାମୀ ୩ ବର୍ଷରେ ମଧୁର ମାଛ ରପ୍ତାନି ଲକ୍ଷ୍ୟ ରଖାଯାଇଥିବାବେଳେ ଏଥିପାଇଁ ପ୍ରୋତ୍ସାହନ ଦିଆଯିବ ବୋଲି ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି।