Odisha Link
Bridging the Missing Links in Odisha

ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା: ବଦ୍ରି ପାତ୍ର

ଓଏଲ୍‌ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୫ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏଏସବୁ ଭିତରେ ନବୀନ ପଟ୍ଟନାୟଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଜଣେ ପରେ ଜଣେ ବିଜେଡି ନେତା ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।

ବିଜେଡି ସରକାରକୁ ଫେରିବା ବୟାନବାଜିକୁ ନେଇ ବଦ୍ରି ପାତ୍ର କଟାକ୍ଷ କରି କହିଛନ୍ତି, ୫ ବର୍ଷ ପୂର୍ବରୁ ବିଜେଡି ସରକାରକୁ ଫେରିବା ଅବାସ୍ତବ କଥା। ଯେଉଁ ବିଜେଡି ନେତା ଏପରି କଥା କହୁଛନ୍ତି ତାର ଯଥାର୍ଥତା ନାହିଁ। ବିଜେଡି କଂଗ୍ରେସ ସହ ମିଶି ସରକାର କରିବା ଅବାସ୍ତବ କଥା। ଏଭଳି ଅବାସ୍ତବ କଥା କହିବାକୁ ସେମାନେ ପ୍ରାଧିକୃତ କି ନାହିଁ ଜାଣିନି। ନବୀନ ବାବୁ ଏହା କହିବାକୁ ସେମାନଙ୍କୁ କହିଛନ୍ତି ନା ନାହିଁ ଜାଣିନି। ବିଜେପି ସାଙ୍ଗରେ ସମଦୂରତାରେ ଆମେ କଂଗ୍ରେସ ସହ କେବେ ନଥିଲୁ। ଯେଉଁମାନେ କହୁଛନ୍ତି ମତି ବିଭ୍ରାଟ ହୋଇଛି, ଅଧିକ ନିନ୍ଦିତ ହେଉଛନ୍ତି ବୋଲି ବଦ୍ରି ପାତ୍ର କହିଛନ୍ତି।

ସୂଚନା ଅନୁସାରେ, କବି ସୂର୍ଯ୍ୟନଗର କାଳିମେଘୀ ଗାଁ ନିକଟରେ ଏକ ସଭାରେ ଲତିକା କହିଛନ୍ତି, ଖୁବଶୀଘ୍ର ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ। ସମସ୍ତେ ଏକାଠି ହୋଇ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବାକୁ ବିଜେଡି କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ଲତିକା। ସେ କହିଛନ୍ତି, ଆଗାମୀ ଦିନରେ ପୁଣି ଥରେ ଲଢ଼େଇ ହେବ। ନବୀନ ପଟ୍ଟନାୟକଙ୍କୁ ପୁଣି ଥରେ ମୁଖ୍ୟମନ୍ତ୍ରୀ କରିବା। ଏହି ସମୟ ବହୁତ ଦୂର ନାହିଁ। ଖୁବ୍‌ କମ୍‌ ସମୟ ଭିତରେ ନବୀନ ପଟ୍ଟନାୟକ ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବେ। ଆପଣମାନଙ୍କୂ ଯେଉଁ ସୁବିଧା ସୁଯୋଗ ଦେଇଥିଲେ, ପୁଣି ଥରେ ଫେରିଆସିବ। ଓଡ଼ିଶାବାସୀ ପୁଣି ଥରେ ହସିବେ। ସେହି ଭରସା, ବିଶ୍ୱାସ ଓ ସହଯୋଗ ଆପଣ ମାନଙ୍କର ରହିବା ଦରକାର ବୋଲି ଲତିକା କହିଛନ୍ତି।

Leave A Reply

Your email address will not be published.