ସାମାଜିକ ନ୍ୟାୟ ଦେବାରେ ସରକାର ବିଫଳ: ବିଜେଡି
ଓଏଲ୍ ବ୍ୟୁରୋ: ବିଜୁ ଜନତା ଦଳକୁ ହରାଇ ପ୍ରଥମ ଥର ପାଇଁ ରାଜ୍ୟ ଶାସନ ଗାଦିରେ ବସିଛି ଭାରତୀୟ ଜନତା ପାର୍ଟି। ଏସବୁ ମଧ୍ୟରେ ମୋହନ ସରକାରଙ୍କୁ ପୁରିଲାଣି ୫ ମାସ। ଅନ୍ୟପଟେ ବିରୋଧୀ ଆସନରେ ପ୍ରଥମଥର ପାଇଁ ବସିଥିବା ବିଜେଡି ପରାଜୟର କାରଣ ଖୋଜି ପାଉନାହିଁ। ଏଏସବୁ ଭିତରେ ନବୀନ ପଟ୍ଟନାୟଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ଜଣେ ପରେ ଜଣେ ବିଜେଡି ନେତା ବୟାନ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି।
ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ଟାର୍ଗେଟ କରି ବିଜେଡି କହିଛି, ବିଜେପି ସାରା ଦେଶରେ ସୋସିଆଲ ଇଞ୍ଜିନିୟରିଂ କରୁଛି।ସାମାଜିକ ନ୍ୟାୟ ଦେବାରେ ବିଫଳ ସରକାର। ମହିଳା, ଶିଶୁ, ଆଦିବାସୀଙ୍କ ଉପରେ ଅତ୍ୟାଚାର ବଢ଼ିଲାଣି। କିଛି ଦିନ ହେବ ବଲାଙ୍ଗୀରରେ ଛୁଆ ଓ ମହିଳା ଅତ୍ୟାଚାର ଖବର ଆସୁଛି। ନୂଆ ବିଜେପି ସରକାର ଆଇନ ଶୃଙ୍ଖଳା ରକ୍ଷା ପାଇଁ କିଛି କରିପାରୁ ନାହାନ୍ତି। ନବୀନ ପଟ୍ଟନାୟକ ସମୟର ସାମାଜିକ ସୁରକ୍ଷା ଏହି ସରକାରରେ ତଳକୁ ଖସିଲାଣି ବୋଲି ବିଜେପିକୁ ଟାର୍ଗେଟ କରି ବିଜେଡି କହିଛି।