ବାଲିଯାତ୍ରାରେ ବାସିଖାଦ୍ୟ! ଅପମିଶ୍ରିତ ଖାଦ୍ୟ ଜବତ କଲା ସିଏମ୍ସି
ଓଏଲ୍ ବ୍ୟୁରୋ: ଐତିହାସିକ କଟକ ବାଲିଯାତ୍ରା ପାଇଁ ଚଳଚଂଚଳ କଟକ ସହର। ଆଉ ବାଲିଯାତ୍ରା ପଡ଼ିଆରେ ଯେପରି ବାସିଖାଦ୍ୟ ବିକ୍ରି ନହୁଏ ସେ ଦିଗରେ ନଜର ରଖିଛି ପ୍ରଶାସନ। ବାସି ଖାଦ୍ୟ ବିକ୍ରି ହେଉଥିବା ଦୋକାନମାନଙ୍କରେ ଚଢାଉ ହୋଇଛି। କଟକ ମହାନଗର ନିଗମର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ବିଭିନ୍ନ ଖାଦ୍ୟ ଷ୍ଟଲମାନଙ୍କରେ ଆଜି ଚଢାଉ କରାଯାଇଛି। କେତେକ ଖାଦ୍ୟ ଷ୍ଟଲ୍ରୁ ବାସି, ଅପମିଶ୍ରିତ ଖାଦ୍ୟ ଜବତ ହୋଇଛି। ବିଶେଷ କରି ବାସିଖାଦ୍ୟରେ ରାସାୟନିକ ରଙ୍ଗ, ଅସ୍ୱାସ୍ଥ୍ୟକର ପରିବେଶ ଓ ନିମ୍ନମାନର ତେଲକୁ ଯାଞ୍ଚ କରାଯାଇଛି। ଖିଲାପ କରିଥିବା ଦୋକାନ ଗୁଡ଼ିକୁ ଫାଇନ ଆଦାୟ କରିବା ସହ ପୁନର୍ବାର ଏପରି ନକରିବା ପାଇଁ ଚେତାବନୀ ଦିଆଯାଇଛି।