Odisha Link
Bridging the Missing Links in Odisha

ଭରତପୁର ଥାନା ମାମଲା: ସରକାରଙ୍କ ପଦକ୍ଷେପକୁ ହାଇକୋର୍ଟଙ୍କ ପ୍ରଶଂସା

ଓଏଲ୍‌ ବ୍ୟୁରୋ: ହାଇକୋର୍ଟରେ ପହଂଚିଛି ଭରତପୁର ଥାନା ମାମଲା। ଭରତପୁର ଥାନାରେ ସେନା ଅଫିସର ଏବଂ ପୁଲିସ କର୍ମୀଙ୍କ ମଧ୍ୟରେ ବିବାଦ ହୋଇଥିଲା। ଯାହା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏହି ମାମଲାରେ ତଦନ୍ତ ଚାଲିଥିବା ନେଇ ହାଇକୋର୍ଟଙ୍କୁ ଅବଗତ କଲେ ସରକାର। ରାଜ୍ୟ ସରକାରଙ୍କ ପଦକ୍ଷେପକୁ ହାଇକୋର୍ଟ ପ୍ରଶଂସା କରିଛନ୍ତି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୬ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସୂଚନା ଅନୁସାରେ, ଗତକାଲି ଥାନାରେ କମିଶନ ଜଷ୍ଟିସ ଚିତ୍ତରଞ୍ଜନ ଦାସ ଭରତପୁର ଥାନା ମାମଲାର ତଦନ୍ତ କରିଛନ୍ତି। ପୁରା ଘଟଣାର ସିନ ରିକ୍ରିଏସନ କରାଯାଇଛି। ଥାନାର ଯେଉଁ ଯେଉଁ ସ୍ଥାନରେ ଘଟଣା ଘଟିଥିଲା ତାହାର ଫଟୋ ଓ ଭିଡିଓ ଉତ୍ତୋଳନ କରାଯାଇଛି।

ଏହି ଅବସରର ସେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ଓ ଅନ୍ୟ ୪ ଜଣ ପୁଲିସ କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ପୂର୍ବରୁ କମିଶନଙ୍କ ନିକଟରେ ମେଜର ଓ ବାନ୍ଧବୀ ନିଜର ପକ୍ଷ ରଖିସାରିଛନ୍ତି। ଦେଢ଼ ଘଣ୍ଟା ଧରି କ୍ୟାପଟେନ ଓ ବାନ୍ଧବୀଙ୍କ ପଚରାଉଚରା କରାଯିବା ପରେ ତାଙ୍କ ସହ କେଉଁ କେଉଁ ସ୍ଥାନରେ ଡିସିଓ ଚାମ୍ବର, ମହିଳା କକ୍ଷ, ପୁରୁଷ କକ୍ଷ ସହ ଅଭ୍ୟର୍ଥନା କକ୍ଷ ନିକଟରେ କ’ଣ ଘଟିଥିଲା ସବୁ କିଛି ବଖାଣିଥିଲେ ଉଭୟ ମେଜର ଓ ବାନ୍ଧବୀ।

Leave A Reply

Your email address will not be published.