Odisha Link
Bridging the Missing Links in Odisha

‘ଉତ୍କଳ କେଶରୀ’ଙ୍କ ଜନ୍ମ ଜୟନ୍ତୀ ସମାରୋହ, ଯୋଗ ଦେଲେ ରାଷ୍ଟ୍ରପତି

ଓଏଲ୍‌ ବ୍ୟୁରୋ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବଙ୍କ ଜନ୍ମ ଜୟନ୍ତୀ ସମାରୋହ ଶୁଭାରମ୍ଭ ହେଉଛି। ଉଦଘାଟନୀ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଦାନ ପ୍ରମୁଖ ଉପସ୍ଥିତ ଅଛନ୍ତି।

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଟ୍ୱିଟ କରି ଲେଖିଛନ୍ତି, ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଉତ୍କଳ କେଶରୀ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି। ଜଣେ ଜାତୀୟତା ବାଦୀ ନେତା ଏବଂ ସମାଜ ସଂସ୍କାରକ ଭାବରେ ଶ୍ରୀ ମହତାବଙ୍କ ଅବଦାନଙ୍କୁ ସମ୍ମାନ ଜଣାଇ ତାଙ୍କର ଜୟନ୍ତୀକୁ ଆମ ସରକାର ଅତ୍ୟନ୍ତ ପ୍ରଭାବଶାଳୀ ଢଙ୍ଗରେ ପାଳନ କରି ଏହାର ପ୍ରଚାର ପ୍ରସାର ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ଲେଖିଛନ୍ତି, ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ଓଡ଼ିଶାର ପୂର୍ବତନ ମୁଖ୍ଯମନ୍ତ୍ରୀ, ନବ ଉତ୍କଳର ନିର୍ମାତା ଜନନାୟକ ‘ଉତ୍କଳ କେଶରୀ’ ଡଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ପୁଣ୍ୟ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି। ସେ ଜଣେ ବ୍ୟକ୍ତି ନୁହେଁ ବରଂ ଜଣେ ବୃହତ ଅନୁଷ୍ଠାନ ଥିଲେ । ତାଙ୍କ ନେତୃତ୍ୱରେ ଓଡ଼ିଶାର ଉତ୍କର୍ଷତା ଓ ଗୌରବ ବୃଦ୍ଧି ପାଇଛି । ଡଃ ମହତାବଙ୍କ ଆଦର୍ଶଗତ ଜୀବନଯାତ୍ରା ସର୍ବଦା ଯୁବ ସମାଜକୁ ବିକଶିତ ଓଡ଼ିଶା-ବିକଶିତ ଭାରତ ଗଠନ ପାଇଁ ଅନୁପ୍ରାଣିତ କରିବ।

Leave A Reply

Your email address will not be published.