Odisha Link
Bridging the Missing Links in Odisha

ମାଗଣା ରେବଡି ଦରକାର ନା ନାଇଁ….ସଭାରେ ଏମିତି କାହିଁକି କହିଲେ କେଜ୍ରିଓ୍ବାଲ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲି ପ୍ରକାଶ ପାଇବ ମହାରାଷ୍ଟ୍ର, ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ। ତା ପୂର୍ବରୁ ଚର୍ଚ୍ଚାରେ ଦିଲ୍ଲୀ ରାଜନୀତି। ଦିଲ୍ଲୀ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ କ୍ଷମତାସୀନ ଆମ୍‌ ଆଦମୀ ପାର୍ଟି ଗତକାଲି ୧୧ ଜଣଙ୍କ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଆଉ ଆଜି ଦଳ ପକ୍ଷରୁ ‘ରେବଡି ପେ ଚର୍ଚ୍ଚା’ ଅଭିଯାନ ଆରମ୍ଭ କରାଯାଇଛି।

ଆମ୍‌ ଆଦମୀ ପାର୍ଟିର ସଂଯୋଜକ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ‘ରେବଡି ପେ ଚର୍ଚ୍ଚା’ ଅଭିଯାନର ଶୁଭାରମ୍ଭ କରିଛନ୍ତି।ଏହି ଅବସରରେ କେଜ୍ରିଓ୍ବାଲ କହିଛନ୍ତି, ଜନତାଙ୍କ ରେବଡି, ଜନତାଙ୍କ ଟଙ୍କା ଉପରେ ଜନତାଙ୍କ ହକ୍‌ ହିଁ ଅଛି।

କେଜ୍ରିଓ୍ବାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବହୁବାର କହିଛନ୍ତି କେଜ୍ରିଓ୍ବାଲ ମାଗଣା ରେବଡି ଦେଉଛନ୍ତି, ତାକୁ ବନ୍ଦ କରିବା କଥା। ସମସ୍ତଙ୍କ ସାମ୍ନାରେ ଆଜି ମୁଁ କହୁଛି ଯେ ରେବଡି ଦେଉଛି। ଦିଲ୍ଲୀର ଲୋକ ନିଷ୍ପତ୍ତି ନେବେ ଯେ ତାଙ୍କୁ ରେବଡି ଦରକାର କି ନାହିଁ। ଯଦି ବିଜେପି ବିଜୟୀ ହୁଏ ତେବେ ଏହିସବୁ ଯୋଜନା ବନ୍ଦ କରିଦେବ।

ରେବଡି ପେ ଚର୍ଚ୍ଚା ଅଭିଯାନକୁ ନେଇ କେଜ୍ରିଓ୍ବାଲ କହିଛନ୍ତି, ଏହି ଅଭିଯାନ ଦ୍ବାରା ଦିଲ୍ଲୀରେ ୬୫ ହଜାର ବୈଠକ କରାଯିବ। ଆମ ଦଳର ବୁଥ କାର୍ଯ୍ୟକର୍ତ୍ତାଙ୍କଠୁୁ ଆରମ୍ଭ କରି ବିଧାୟକ ପର୍ଯ୍ୟନ୍ତ ସମସ୍ତେ ଘରକୁ ଘର ବୁଲି ଏହି ଅଭିଯାନର ପ୍ରଚାର କରିବେ। ଆମେ ଦିଲ୍ଲୀ ବାସିନ୍ଦାଙ୍କୁୁ ୬ଟି ମାଗଣା ରେବଡି ଦେଇଛୁ। ସେଥିପାଇଁ ପ୍ରଧାନମନ୍ତ୍ରୀ ବହୁବାର କହିଛନ୍ତି କେଜ୍ରିଓ୍ବାଲ ମାଗଣା ରେବଡି ଦେଉଛନ୍ତି ତାକୁ ବନ୍ଦ କରିବାକୁ ପଡ଼ିବ।

Leave A Reply

Your email address will not be published.