ନୂଆଦିଲ୍ଲୀରେ ଓଡ଼ିଶା ରାଜ୍ୟ ଦିବସ ସମାରୋହ, ଯୋଗ ଦେଲେ ମୁଖ୍ୟମନ୍ତ୍ରୀ
ଓଏଲ୍ ବ୍ୟୁରୋ: ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ହେବ ଆହୁରି ବ୍ୟାପକ। ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଓଡ଼ିଶା ରାଜ୍ୟ ଦିବସ ଉଦ୍ଘାଟିତ ହୋଇଯାଇଛି। ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀ ପ୍ରଗତି ମୈଦାନରେ ଓଡ଼ିଶା ରାଜ୍ୟ ଦିବସ ଉଦ୍ଘାଟନ କରିଛନ୍ତି।
ନୂଆଦିଲ୍ଲୀରେ ଆୟୋଜିତ ହେଉଛି ୪୩ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪-ଓଡ଼ିଶା ରାଜ୍ୟ ଦିବସ ସମାରୋହ। ଏହି କାର୍ଯ୍ୟକ୍ରମରେ ଓଡ଼ିଶାର କଳାକାରଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ମଧ୍ୟ ହୋଇଛି। ନୂଆଦିଲ୍ଲୀରେ ଆୟୋଜିତ ୪୩ ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୪ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଉପସ୍ଥିତ ରହିଛନ୍ତି।