ବଦଳିବ ଅବକାରୀ ନୀତି, ଡ୍ରଗ୍ସ କାରବାରରେ ପଡ଼ିବ ପୂର୍ଣ୍ଣଚ୍ଛେଦ
ଓଏଲ୍ ବ୍ୟୁରୋ: ବଦଳିବ ଅବକାରୀ ନୀତି। ଡ୍ରଗ୍ସ କାରବାରର ମୂଳପୋଛ ହେବ ବୋଲି ଅବକାରୀ ମନ୍ତ୍ରୀ କହିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଆଣିଥିବା ନୂଆ ଅବକାରୀ ନୀତିରେ ପରିବର୍ତ୍ତନ କରାଯାଇଥିଲା। ପୁରୀ ବେଳାଭୂମିରେ ମଦ କ୍ୟାବିନ୍ ଖୋଲିବନି। ପୁରୀ ବେଳାଭୂମି ସହ ପୁରୀ ପୌରାଞ୍ଚଳରେ ମଦ କ୍ୟାବିନ୍ ଖୋଲିବନି। ସାମାଜିକ, ଧାର୍ମିକ, ସାଂସ୍କୃତିକ ଦିଗକୁ ଦେଖି ଅବକାରୀ ନୀତିରେ ପରିବର୍ତ୍ତନ କରାଯାଇଛି। ରାଜ୍ୟର ଅନ୍ୟ ଧର୍ମାନୁଷ୍ଠାନ ଅଞ୍ଚଳରେ ଖୋଲିବନି ମଦ ଦୋକାନ। ଧାର୍ମିକ ଅନୁଷ୍ଠାନର ୫ କିମି ପରିଧି ମଧ୍ୟରେ ମଦ ଦୋକାନ ଖୋଲିବନି।
ସୂଚନା ଅନୁସାରେ, ସେପ୍ଟେମ୍ବର ୧ ତାରିଖରୁ ଏହି ନୂଆ ଅବକାରୀ ନୀତି ଲାଗୁ ହୋଇଥିଲା। ଭାଙ୍ଗ, ତାଡି ଓ ପୋଚ ପାଇଁ ବି ନିୟମ ଲାଗୁ ହୋଇଥିଲା। ନୂଆ ଅବକାରୀ ନୀତି ଅନୁସାରେ ଗ୍ରାମୀଣ ଅଞ୍ଚଳରେ ନୂଆ ମଦ ବାର ଖୋଲିବ ନାହିଁ। କେବଳ ୩ ଷ୍ଟାର ହୋଟେଲକୁ ହିଁ ନୂଆ ବାର ଲାଇସେନ୍ସ ମିଳିବ। ସେହିପରି ଡ୍ୟାନ୍ସ ବାର ଚାଲିବ ନାହିଁ। ଅନ୍ ସପ୍ ମଦ ଦୋକାନରେ ସଙ୍ଗୀତ ଉତ୍ସବ ବା ଓରକେଷ୍ଟା କରିହେବ। ସେଥିପାଇଁ ଅନୁମତି ନେବାକୁ ପଡ଼ିବ। ସେହିପରି ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର ହେବ। ବିଚ୍ରେ ମଦ ଶ୍ୟାକ୍ସ ବା କ୍ୟାବିନ୍ ଖୋଲିବାର ଅନୁମତି ପର୍ଯ୍ୟଟନ ବିଭାଗ ଦେବ ବୋଲି ପୂର୍ବରୁ କୁହାଯାଇଥିଲା।