ବଦଳିବ ଯୁକ୍ତଦୁଇ ପରୀକ୍ଷା ଢାଞ୍ଚା, ଏଣିକି ୮୦ ମାର୍କର ଥିଓରୀ ପରୀକ୍ଷା
![](https://www.odishalink.com/wp-content/uploads/2024/11/WhatsApp-Image-2024-11-22-at-11.58.43-AM.jpeg)
ଓଏଲ୍ ବ୍ୟୁରୋ: ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ ପକ୍ଷରୁ +୨ ପରୀକ୍ଷା ତାରିଖ ଘୋଷଣା ହୋଇଛି। ଫେବ୍ରୁଆରୀ ୧୮ରୁ ଯୁକ୍ତଦୁଇ ପରୀକ୍ଷା ହେବ। ଯୁକ୍ତଦୁଇ ପରୀକ୍ଷା ନେଇ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ଏହା ପୂର୍ବରୁ ଯୁକ୍ତଦୁଇ ପରୀକ୍ଷା ଢାଞ୍ଚକୁ ନେଇ ବଡ଼ ଖବର ସମାନକୁ ଆସିଛି। ଚଳିତବର୍ଷ ୮୦ ମାର୍କର ଥିଓରୀ ଓ ୨୦ ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ତେବେ ୮୦ ମାର୍କର ଥିଓରୀରୁ ୨୪ ରଖିଲେ ଛାତ୍ରଛାତ୍ରୀ ପାସ କରିବେ। ଜାତୀୟ ଶିକ୍ଷା ନୀତି ଢାଞ୍ଚାରେ ପରୀକ୍ଷା କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିଷ୍ପତି ନେଇଛି।