Odisha Link
Bridging the Missing Links in Odisha

ପ୍ରଥମ ଲଢେଇରେ ପ୍ରିୟଙ୍କାଙ୍କ ବିପୁଳ ବିଜୟ, ରାହୁଲଙ୍କଠୁ ବି ପାଇଲେ ଅଧିକ ଭୋଟ

ଓଏଲ୍‌ ବ୍ୟୁରୋ: ପ୍ରତ୍ୟକ୍ଷ ରାଜନୀତିରେ ପ୍ରିୟଙ୍କା ଗାନ୍ଧିଙ୍କ ଚମତ୍କାର ପଦାର୍ପଣ। ଓ୍ବାୟନାଡ ଆସନର ଉତ୍ତରାଧିକାରୀ ହେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା। ଓ୍ବାୟନାଡ ଆସନରୁ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ବିପୁଳ ବିଜୟ ହାସଲ କରିଛନ୍ତି। ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧି। ପ୍ରଥମ ଲଢ଼େଇରେ ପ୍ରିୟଙ୍କା ଗାନ୍ଧିଙ୍କ ବିପୁଳ ବିଜୟ। ଆଜି ପ୍ରିୟଙ୍କା ତାଙ୍କ ପ୍ରଥମ ନିର୍ବାଚନରେ ବିଜୟୀ ହେବା ସହିତ ଭାଇ ରାହୁଲଙ୍କ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି।

ଲୋକସଭା ନିର୍ବାଚନରେ ଏହି ଆସନରୁ ବିଜୟୀ ହୋଇଥିଲେ ରାହୁଲ ଗାନ୍ଧି। କିନ୍ତୁ ସେ ରାୟବରେଲି ଆସନରୁ ମଧ୍ୟ ବିଜୟୀ ହୋଇଥିବାରୁ ଏହି ଆସନ ଛାଡ଼ି ଦେଇଥିଲେ। ଏହାପରେ ଉପନିର୍ବାଚନରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ପ୍ରିୟଙ୍କା। ନିର୍ବାଚନ ମୈଦାନରେ ଏହା ତାଙ୍କର ପ୍ରଥମ ଯୋଗଦାନ, ଯେଉଁଥିରେ ସେ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଗାନ୍ଧି ପରିବାରରୁ ନବମ ସଦସ୍ୟ ଭାବେ ସେ ସଂସଦକୁ ଯିବେ। ୪.୦୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଛନ୍ତି ପ୍ରିୟଙ୍କା ଗାନ୍ଧି।

ସୂଚନାଥାଉକି, ୨୦୧୯ରେ ପ୍ରଥମ ଥର ପାଇଁ ରାହୁଲ ଗାନ୍ଧି ଏହି ଆସନରୁ ନିର୍ବାଚିତ ହୋଇଥିଲେ, ଯାହା ତାଙ୍କ ସମ୍ମାନ ରକ୍ଷା କରିଥିଲା। କାରଣ ଆମେଠିରୁ ହାରି ଯାଇଥିଲେ ରାହୁଲ ଗାନ୍ଧି। ୨୦୨୪ ନିର୍ବାଚନରେ ମଧ୍ୟ ସେ ଦୁଇଟି ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ମାତ୍ର ଏଥର ଆମେଠିରୁ ଲଢିନଥିଲେ। ୱାୟନାଡ ସହ ତାଙ୍କ ମାଆଙ୍କ ଗଡ଼ ରାୟବରେଲିରୁ ପ୍ରାର୍ଥି ହୋଇଥିଲେ ରାହୁଲ। ଦୁଇଟି ଯାକ ଆସନରୁ ବିଜୟୀ ହେବା ପରେ ସେ ୱାୟନାଡକୁ ଛାଡ଼ିଥିଲେ। ଫଳରେ ଅନୁଷ୍ଠିତ ହୋଇଥିବା ଲୋକସଭା ନିର୍ବାଚନରେ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହୋଇଥିଲେ।

Leave A Reply

Your email address will not be published.