ଜିତିଲେ ହେମନ୍ତ ସୋରେନ
ଓଏଲ୍ ବ୍ୟୁରୋ: ଝାଡ଼ଖଣ୍ଡରେ ବଦଳିଲା ଗଣିତ। ପୁଣିଥରେ ସରକାର ଗଠନ କରିବ ଇଣ୍ଡି ମେଣ୍ଟ। ଇଡି ମାମଲାରେ ମୁଖ୍ୟମନ୍ତ୍ରୀ ହେମନ୍ତ ସାରେନ୍ ଫସିଥିଲେ ମଧ୍ୟ ତାଙ୍କ ଉପରେ ଭରସା କରିଛନ୍ତି ଝାଡ଼ଖଣ୍ଡ ଜନତା। ବାରହେଟ ଆସନରୁ ବିଜୟୀ ହୋଇଛନ୍ତି ହେମନ୍ତ ସୋରେନ।
ବିପକ୍ଷ ପ୍ରାର୍ଥୀ ବିଜେପିର ଗାମଲିୟେଲ ହେମ୍ବରମଙ୍କୁ ୩୯ ହଜାର ୪୧୬ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି ସୋରେନ। ସୋରେନଙ୍କୁ ୯୪ ହଜାର ୮୪୦ ଖଣ୍ଡ ଭୋଟ୍ ମିଳି ଥିବାବେଳେ ହେମ୍ବରମଙ୍କୁ ୫୫ ହଜାର ୪୨୪ ଖଣ୍ଟ ଭୋଟ୍ ମିଳିଛି।
ସନ୍ଧ୍ୟା ୫ଟା ରିପୋର୍ଟ ଅନୁସାରେ, ୮୧ ଆସନ ବିଶିଷ୍ଟ ଝାଡ଼ଖଣ୍ଡ ନିର୍ବାଚନରେ ଇଣ୍ଡି ମେଣ୍ଟ ୫୭ଟି ଆସନରେ ଆଗରେ ଥିଲା, ଯେଉଁଥିରେ ଦଳ ୨୩ଟିରେ ବିଜୟୀ ହୋଇ ସାରିଥିଲା। ସେହିପରି ବିଜେପି ନେତୃତ୍ୱାଧୀନ ଏନଡିଏ ଆଗୁଆ ଥିବା ୨୩ଟି ଆସନରୁ ୭ଟିରେ ବିଜୟୀ ହୋଇ ସାରିଥିଲା ଏବଂ ଅନ୍ୟାନ୍ୟ ଗୋଟିଏ ସିଟରେ ବିଜୟୀ ହୋଇଥିଲା।